ମାଲ ପରିବହନ ପାଇଁ ଜାରି ହେଲା ହେଲ୍‌ପଲାଇନ ନମ୍ୱର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜପଥରେ ବିନା ବାଧାରେ ମାଲ ପରିବହନ ପାଇଁ ଜାରି ହେଲେ ହେଲ୍‌ପଲାଇନ ନମ୍ୱର। ଓଡ଼ିଶା ପୁଲିସ ଏହି ହେଲ୍‌ପଲାଇନ ଜାରି କରିଛି। ଓଡ଼ିଶା ପୁଲିସର ହେଲ୍‌ପଲାଇନ ନଂ ୦୬୭୪-୨୬୨୦୨୦୦ ସକାଳ ୮ଟାରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଚାଳକ କିମ୍ବା ପରିବହନ ସଂସ୍ଥାର ପରିଚାଳକ ସହଯୋଗ ନେଇପାରିବେ। ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ମିଶ୍ର ଏହି ହେଲ୍‌ପଲାଇନ ନଂ ଦାୟିତ୍ୱ ବୁଝିବେ। ‘କରୋନା’ରେ ଭାରତରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦୦ରୁ […]

truck

Manoranjan Sial
  • Published: Thursday, 26 March 2020
  • , Updated: 26 March 2020, 05:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜପଥରେ ବିନା ବାଧାରେ ମାଲ ପରିବହନ ପାଇଁ ଜାରି ହେଲେ ହେଲ୍‌ପଲାଇନ ନମ୍ୱର। ଓଡ଼ିଶା ପୁଲିସ ଏହି ହେଲ୍‌ପଲାଇନ ଜାରି କରିଛି। ଓଡ଼ିଶା ପୁଲିସର ହେଲ୍‌ପଲାଇନ ନଂ ୦୬୭୪-୨୬୨୦୨୦୦ ସକାଳ ୮ଟାରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଚାଳକ କିମ୍ବା ପରିବହନ ସଂସ୍ଥାର ପରିଚାଳକ ସହଯୋଗ ନେଇପାରିବେ। ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ମିଶ୍ର ଏହି ହେଲ୍‌ପଲାଇନ ନଂ ଦାୟିତ୍ୱ ବୁଝିବେ।

‘କରୋନା’ରେ ଭାରତରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦୦ରୁ ଅଧିକ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ତେବେ ଦିନକୁ ଦିନ ରୋଗୀଙ୍କ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପରିକି ଘରୁ ନବାହାରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ଗୁଡ଼ିକ ବିଭିନ୍ନ ଚେକ୍‌ଗେଟ୍‌ରେ ଅଟକି ଯାଉଛି। ଏହି ଗାଡ଼ି ଗୁଡ଼ିକୁ ଛାଡ଼ିଦେବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଏହା ପରେ କେନ୍ଦ୍ର ସରକାର ଚେକ୍‌ଗେଟ୍‌ରୁ ଆଦାୟ ହେଉଥିବା ଶୁଳ୍କ ଉଠାଇ ଦେଉଛନ୍ତି। ଏବେ ଆଉ କୌଣସି ଗାଡ଼ି ଚେକ୍‌ଗେଟ୍‌ରେ ଅଟକିବ ନାହିଁ। ଏହାଛଡ଼ା ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଅସୁବିଧା ହେବ ନାହିଁ।

Related story