ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହେବ ଏସ୍‌ଆଇଏ

ପୁରୀ(ଓଡ଼ିଶା ରିପୋର୍ଟର):ଶ୍ରୀମନ୍ଦିର ମେଘନାଦ ପାଚେରୀ ସଂଲଗ୍ନ ୭୫ ମିଟର ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହେବ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ବା SIA। ସର୍ବେକ୍ଷଣ।  ୫ଟି ମୌଜାରେ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଏଥିପାଇଁ ୫ଟି ଟିମ୍ ଗଠନ କରିଛି ପୁରୀ ଜିଲ୍ଲା ପ୍ରଶାସନ ।  ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।  ଆସନ୍ତା ୧ ମାସ ମଧ୍ୟରେ ଏହି ସର୍ବେକ୍ଷଣ ସମ୍ପୂର୍ଣ୍ଣ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଜିଲ୍ଲାପାଳ। […]

43

Tapas Behera
  • Published: Thursday, 26 September 2019
  • , Updated: 26 September 2019, 08:14 PM IST

ପୁରୀ(ଓଡ଼ିଶା ରିପୋର୍ଟର):ଶ୍ରୀମନ୍ଦିର ମେଘନାଦ ପାଚେରୀ ସଂଲଗ୍ନ ୭୫ ମିଟର ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହେବ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ବା SIA। ସର୍ବେକ୍ଷଣ।  ୫ଟି ମୌଜାରେ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଏଥିପାଇଁ ୫ଟି ଟିମ୍ ଗଠନ କରିଛି ପୁରୀ ଜିଲ୍ଲା ପ୍ରଶାସନ ।  ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।  ଆସନ୍ତା ୧ ମାସ ମଧ୍ୟରେ ଏହି ସର୍ବେକ୍ଷଣ ସମ୍ପୂର୍ଣ୍ଣ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଜିଲ୍ଲାପାଳ।

ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବାସେଳି ସାହି, ମଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ଦୋଳ ମଣ୍ଡପ ସାହି ଓ ଚୁଡ଼ଙ୍ଗ ସାହିର ୧୫ ଏକର ୧୯୧ ଡେସିମଲ ଜମି ଅଧିଗ୍ରହଣ ହେବ।  ସେଥିରୁ ୧୨.୫୪୪୫ ଏକର ଘରୋଇ ଓ ୨.୬୪୬୫ ଏକର ସରକାରୀ ଜମି ରହିଛି।  ପୁନର୍ବାସ ଓ ଥଇଥାନ ଧାରା-୪ ଅନୁସାରେ ଏହି ଜମି ଅଧିଗ୍ରହଣ ହେବ।  ତେବେ ଏହା ପୂର୍ବରୁ SIA ସର୍ବେକ୍ଷଣ ବେଳେ ଏହି ଅଞ୍ଚଳରେ କେତେ ଜମି ରହିଛି, କେତୋଟି ଜମି ଉପରେ କୋଠା ରହିଛି, ସେଠାରେ କେତେ ଲୋକ ରହୁଛନ୍ତି ଆଦି ତଥ୍ୟ ଗ୍ରହଣ କରାଯିବ।  ସେପଟେ ଏହି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ତେଜିବାରେ ଲାଗିଛି ।  କିଛି ଲୋକ ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ କହିଥିବା ବେଳେ, ଆଉ କିଛି ପ୍ରଥମେ ଥଇଥାନ ଓ ପରେ ଜମି ଅଧିଗ୍ରହଣ କରିବାକୁ ଦାବି କରିଛନ୍ତି ।

Related story