ବହି, ପୋଷାକ ପରେ ଏବେ ସ୍କୁଲ ପିଲାଙ୍କୁ ମିଳିବ ଜୋତା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ପିଲାମାନଙ୍କୁ ମାଗଣା ବହି ଓ ପୋଷାକ ଯୋଗାଇ ଦିଆଯାଉଛି। ଏବେ ଏଥିର ଜୋଡ଼ି ହୋଇଯିବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ। ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଜୋତା ଯୋଗାଇବା ପାଇଁ ସରକାର ଯୋଜନା କରୁଛନ୍ତି। ଆଗାମୀ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିପାରନ୍ତି। ଶିକ୍ଷା ଅଧିକାର ଆଇନ-୨୦୦୯ ଓ ଶିକ୍ଷା ଅଧିକାର ନିୟମାବଳୀ-୨୦୧୦ ଅନୁସାରେ ସ୍କୁଲ୍ ୟୁନିଫର୍ମରେ ଜୋତା ସାମିଲ କରିବାକୁ ପୂର୍ବରୁ ଜାତୀୟ ଶିଶୁ […]

matric

Rakesh Mallick
  • Published: Wednesday, 08 November 2017
  • , Updated: 08 November 2017, 10:00 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ପିଲାମାନଙ୍କୁ ମାଗଣା ବହି ଓ ପୋଷାକ ଯୋଗାଇ ଦିଆଯାଉଛି। ଏବେ ଏଥିର ଜୋଡ଼ି ହୋଇଯିବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ। ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଜୋତା ଯୋଗାଇବା ପାଇଁ ସରକାର ଯୋଜନା କରୁଛନ୍ତି। ଆଗାମୀ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିପାରନ୍ତି।

ଶିକ୍ଷା ଅଧିକାର ଆଇନ-୨୦୦୯ ଓ ଶିକ୍ଷା ଅଧିକାର ନିୟମାବଳୀ-୨୦୧୦ ଅନୁସାରେ ସ୍କୁଲ୍ ୟୁନିଫର୍ମରେ ଜୋତା ସାମିଲ କରିବାକୁ ପୂର୍ବରୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷ ଶ୍ରୁତି କାକେର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓପେପା ସ୍ୱାତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଜୋତା ପାଇଁ ସର୍ବଶିକ୍ଷା ଅଭିଯାନ ପାଣ୍ଠିରୁ ଖର୍ଚ୍ଚ କରାଯାଇପାରିବ କି ନାହିଁ, ଚଳିତ ଶିକ୍ଷାବର୍ଷରେ ଜୋତା ଦେଇହେବ କି ନାହିଁ ଓ ୟୁନିଫର୍ମରେ ଜୋତା ସାମିଲ କଲେ କେତେ ପାଣ୍ଠି ଆବଶ୍ୟକ ହେବ ସେନେଇ ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଛି।

Related story