‘ଚକଡ଼ା କ୍ଷୟକ୍ଷତି ନେଇ କେନ୍ଦ୍ରକୁ ଟଙ୍କା ମଗାଯିବ ନାହିଁ’

Ordigital Desk
  • Published: Wednesday, 15 November 2017
  • , Updated: 15 November 2017, 08:37 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମରୁଡି ଓ ଚକଡା କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ୍ ସବିସିଡି ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲଫ କମିଶନର ବିଷ୍ଣୁପଦ ସେଠୀ। ପ୍ରସ୍ତୁତ ହୋଇଥିବା ଗାଇଡଲାଇନ ଆଧାରରେ ୭ ଦିନ ମଧ୍ୟରେ ଚାଷୀଙ୍କୁ କ୍ଷତିପୂରଣ ଟଙ୍କା&nbsp; ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।</p> <p>ସେ କହିଛନ୍ତି, ଷ୍ଟେଟ ଡିଜାଷ୍ଟର ରିଲିଫ୍ ଫଣ୍ଡରେ ଥିବା ଟଙ୍କା କ୍ଷତିପୂରଣ ବାବଦକୁ ଦିଆଯିବ। କେନ୍ଦ୍ରକୁ ଆଉ ଅଧିକ ଟଙ୍କା ମଗାଯିବନି।</p> <p>ସେ ଆହୁରି କହିଛନ୍ତି- ଏସ୍&zwnj;ଡିଆରଏଫ୍&zwnj; ଓ ଏନ୍&zwnj;ଡିଆରଏଫ୍&zwnj;ର କିଛି ନିୟମକୁ ସଂଶୋଧନ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏ ନେଇ ଗୃହ ବିଭାଗକୁ ଚିଠି ଲେଖିଛନ୍ତି। ଜଳସେଚିତ ଓ ଅଣଜଳସେଚିତ ଜମି ପାଇଁ ଫସଲ ନଷ୍ଟ ହେଲେ ମିଳୁଥିବା ୧୩ ହଜାର ୫୦୦ ଓ ୬ ହଜାର ୮୦୦ ଟଙ୍କାକୁ ୫୦ ପ୍ରତିଶତ ବଢାଯିବାକୁ ଏଥିରେ ଦାବି କରାଯାଇଛି।</p>

Related story