ସ୍ୱାଧୀନତା ଦିବସ ପରେଡ୍‌ରେ ଭାଗ ନେବେନି ସ୍କୁଲ ପିଲା, କଟକଣା ଲଗାଇଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସ୍ୱାଧୀନତା ଦିବସରେ ହେବାକୁ ଥିବା ପରେଡ୍‌ ଉତ୍ସବରେ ଭାଗ ନେବେନି କୌଣସି ସ୍କୁଲ ପିଲା। ଲଘୁଚାପ ଜନିତ ବଡ଼ ବର୍ଷା ହେବାର ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ବିଭାଗ। ଏନେଇ ସବୁ ଆର୍‌ଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା। ତେବେ ପରେଡ଼ରେ କେବଳ ପୁଲିସ ଓ ପାରା ମିଲିଟାରୀ ଫୋର୍ସ ଭାଗ ନେବେ ବୋଲି ଚିଠିରେ […]

Odisha govt prohibits participation of children in Independence Day

Ordigital Desk
  • Published: Tuesday, 14 August 2018
  • , Updated: 14 August 2018, 07:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସ୍ୱାଧୀନତା ଦିବସରେ ହେବାକୁ ଥିବା ପରେଡ୍‌ ଉତ୍ସବରେ ଭାଗ ନେବେନି କୌଣସି ସ୍କୁଲ ପିଲା। ଲଘୁଚାପ ଜନିତ ବଡ଼ ବର୍ଷା ହେବାର ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ବିଭାଗ।

ଏନେଇ ସବୁ ଆର୍‌ଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା। ତେବେ ପରେଡ଼ରେ କେବଳ ପୁଲିସ ଓ ପାରା ମିଲିଟାରୀ ଫୋର୍ସ ଭାଗ ନେବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

ସେହିପରି ସ୍ୱାଧୀନତା ଦିବସ ପାଳନ ବେଳେ ସମ୍ଭାବ୍ୟ ବର୍ଷା ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ପରିସ୍ଥିତିକୁ ଦେଖି ସାଂସ୍କୃତିକ ଓ ଶାରୀରିକ କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ମଧ୍ୟ ଏଡାଇବା ଲାଗି ଚିଠିରେ ପରାମର୍ଶ ଦିଆଯାଇଛି।

ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ, ଉପଖଣ୍ଡସ୍ତରୀୟ ଓ ସରକାରୀ କାର୍ଯ୍ୟାଳୟ ଏବଂ ସ୍କଲ୍‌ ଗୁଡ଼ିକରେ ସ୍ୱାଧୀନତା ଦିବସ ପରେଡ୍‌ରେ ପିଲାମାନଙ୍କ ସାମଲ ଉପରେ କଟକଣା ଜାରି କରିଛନ୍ତି।

Related story