ମନେ ପଡ଼ିଲା ଗାଁ ଲୋକଙ୍କ କଥା, ଖୋଲିଲେ ଯୋଜନା ପେଡ଼ି

Ordigital Desk
  • Published: Saturday, 24 March 2018
  • , Updated: 24 March 2018, 09:51 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଜେଟରେ ଗ୍ରାମାଞ୍ଚଳ ଲୋକଙ୍କ କିଣିବା ପାଇଁ ଯୋଜନା କରାଯାଇଛି। ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍&zwnj; ହୋଇଥିବାରୁ ସରକାର ଗାଁକୁ ଫୋକସ୍ କରିବାକୁ ଭୁଲି ନାହାଁନ୍ତି। ଯଦିଓ ନୂଆ ଯୋଜନା ବେଶୀ ଘୋଷଣା ହୋଇନି କିନ୍ତୁ ଚତୁରତାର ସହ କିଛି ଯୋଜନାରେ ଅଧିକ ବ୍ୟୟ ବରାଦ କରି ନିର୍ବାଚନର ଠିକ ପୂର୍ବରୁ ମନମତାଣିଆ ଯୋଜନା ଆଣିବା ପାଇଁ ବାଟ ଖୋଲିଛନ୍ତି। ଗାଁର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅତିରିକ୍ତ ରୁଣ ବୋଝ ବି ମୁଣ୍ଡାଇବାକୁ ପ୍ରସ୍ତୁତ ଅଛନ୍ତି ସରକାର।</p> <p>&ldquo;ଆମ ଗାଁ ଆମ ବିକାଶ&rdquo; ପାଇଁ ୧୨୫୦ କୋଟି ଟଙ୍କା। ଗାଁରେ ପକ୍କା ଘର ପାଇଁ ୩୫୯୨ କୋଟି ଟଙ୍କା। ଗାଁରେ ଜଳ ଯୋଗାଣ ପାଇଁ ହଜାରେ କୋଟି। ଖଣି ଅଞ୍ଚଳର ଗାଁକୁ ପାଇପରେ ପାଣି ଦେବାକୁ ୩ ହାଜର କୋଟି। ଗାଁରେ ସ୍ୱଚ୍ଛ ମିଶନ ପାଇଁ ହଜାରେ କୋଟି। ଏଥର ବଜେଟରେ ଏସବୁ ବ୍ୟୟ ବରାଦରୁ ବାରି ହେଉଛି ସରକାରଙ୍କ ଫୋକସରେ ରହିଛି ଗାଁ। ଉଦ୍ଦେଶ୍ୟ ଜଳ ଜଳ ଦିଶୁଛି। ୨୦୧୯ ନିର୍ବାଚନୀ ଯୁଦ୍ଧରେ ଗାଁର ଭୋଟ ବ୍ୟାଙ୍କକୁ ସୁରକ୍ଷିତ କରିବାକୁ ଗାଁରେ ଟଙ୍କା ଅଜାଡି ଦେବାକୁ ବଜେଟରେ ହୋଇଛି ବ୍ୟବସ୍ଥା। ନିର୍ବାଚନ ଆଗକୁ ଥିଲେ ବି ଏବେ ବେଶୀ ଗୁଡିଏ ନୂଆ ଯୋଜନା ଘୋଷଣା କରିନାହାଁନ୍ତି ସରକାର। ଏହା ପଛରେ ମଧ୍ୟ ସୁଚିନ୍ତତ ଚାଲ୍&zwnj;ର ଗନ୍ଧ ବାରୁଛନ୍ତି ବିରୋଧୀ। ନିର୍ବାଚନ ପାଖେଇଲେ ଲୋଭନୀୟ ସ୍କିମ ଘୋଷଣା କରିପାରନ୍ତି ସରକାର। ଏଥିପାଇଁ ବଜେଟରେ ବ୍ୟବରାଦ ବି ହୋଇଛି। ଯେମତି କୃଷକଙ୍କ କଲ୍ୟାଣ ପାଇଁ ୨୫୦ କୋଟି କୁହାଯାଉଛି। ଏଥିରେ କୃଷିଋଣ ଛାଡ ପାଇଁ ପଦକ୍ଷେପ ନେଇପାରନ୍ତି ସରକାର। ସେହିପରି ଟଙ୍କିକିଆ ଚାଉଳ ପାଇଁ ଅଧିକ ୧୦୦ କୋଟିର ବ୍ୟୟ ବରାଦରେ ରାଜ୍ୟ ସରକାର କେନ୍ଦ୍ରର ଖାଦ୍ୟ ସୁରକ୍ଷାରୁ ବାଦ ପଡିଥିବା ପ୍ରାୟ ୪୦ ଲକ୍ଷ ହିତାଧିକାରୀଙ୍କୁ ନିଜ ରାଜକୋଷରୁ ଟଙ୍କିକିଆ ଚାଉଳ କିମ୍ବା ରିହାତିରେ ଡାଲି ଦେଇପାରନ୍ତି। ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ୨୨ ହଜାର ୬୮୪ କୋଟିରେ ଲୋଭନୀୟ ଯୋଜନା ଘୋଷଣା କରିପାରନ୍ତି ସରକାର।</p> <p>ବଜେଟ ପାଇଁ ସମୁଦାୟ ବ୍ୟୟ ବରାଦ ହୋଇଥିବା ୧ ଲକ୍ଷ ୨୦ ହଜାର କୋଟିରୁ ରାଜ୍ୟ ସରକାରଙ୍କ ନିଜସ୍ୱ ଟିକସରୁ ଆସିବ ୨୮ ହଜାର ୫୫୦ କୋଟି। ଅଣଟିକସ ରାଜସ୍ୱରୁ ଆସିବ ୧୦ ହଜାର ୩୦୦ କୋଟି। ଅର୍ଥାତ ସରକାରଙ୍କ ମୋଟ ଆୟ ରହିଛି ୩୮ହଜାର ୮୫୦ କୋଟି। କେନ୍ଦ୍ରୀୟ ଅନୁଦାନରୁ ଆସିବ ୨୪ହଜାର ୭୬୪ କୋଟି। କେନ୍ଦ୍ର ଟିକସ ଅଂଶରୁ ଆସିବ ୩୬ ହଜାର ୫୬୮ କୋଟି। ବିଭିନ୍ନ ସୂତ୍ରରୁ ଋଣ ଆକାରରେ ଆଣିବେ ୧୯ ହଜାର ୬୭୮ କୋଟି। ତେବେ ଋଣ ବୋଝ କ୍ରମାଗତ ଭାବେ ବଢୁଥିବାର ତଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅର୍ଥନୀତିଜ୍ଞ। ଏବେ ରାଜ୍ୟର ସମୁଦାୟ ଋଣଭାର ୭୬ ହଜାର ୪୮୩ କୋଟି ଥିବା ବେଳେ ଆସନ୍ତା ବର୍ଷକୁ ଏହା ୯୧ ହଜାର ୯୪୪ ଟିପିବ ବୋଲି ଆକଳନ ହେଉଛି। ଅର୍ଥାତ ଜନ୍ମ ନେଉଥିବା ଶିଶୁଟିର ମୁଣ୍ଡ ଉପରେ ପ୍ରାୟ ୨୦ ହଜାର ଋଣବୋଝ।</p>

Related story