ଚା’ କପ୍‌ଠାରୁ କମ୍ ଦାମରେ ପିଲାଙ୍କୁ ମିଳୁଛି ମଧ୍ୟାହ୍ନ ଭୋଜନ

Ordigital Desk
  • Published: Monday, 13 November 2017
  • , Updated: 13 November 2017, 11:11 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚା&rsquo; କପ୍&zwnj;ଠାରୁ କମ୍ ଦାମରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ତେଣୁ ମଧ୍ୟାହ୍ନ ଭୋଜନ ଦର ବଢ଼ାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଆଜି ଭୁବନେଶ୍ୱରରେ ଆୟୋଜିତ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଦୁଇ ଦିନିଆ କର୍ମଶାଳାର ଉଦ୍&zwnj;ଘାଟନ ଅବସରରେ ଏହି ପ୍ରସ୍ତାବ ଦିଆଯାଇଛି। ଏହାଛଡ଼ା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକାଙ୍କର ଦରମା ବଢ଼ାଇବା ପାଇଁ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଛି।</p> <p>ସ୍କୁଲ ପ୍ରତି ପିଲାମାନଙ୍କର ଆଗ୍ରହ ବଢ଼ାଇବା ପାଇଁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପିଛା ମଧ୍ୟାହ୍ନ ଭୋଜନ ମିଲ୍&zwnj; ବାବଦକୁ ୪.୫୮ ପଇସା ଦିଆଯାଉଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପିଛା ୬ ଟଙ୍କା ୮୩ ପଇସା ଦିଆଯାଉଛି। ହେଲେ ଏହି ଦରରେ ପିଲାଙ୍କ ଖାଦ୍ୟରେ କେତେ ପୁଷ୍ଟିସାର ଥିବ, ତାହା ସହଜେ ଅନୁମେୟ। ତେଣୁ ମଧ୍ୟାହ୍ନ ଭୋଜନରେ ପିଲାଙ୍କ ଖାଦ୍ୟର ଏହି ମାନକୁ ନେଇ ଦୁଇ ଦିନିଆ କର୍ମଶାଳାରେ ମତ ପ୍ରକାଶ ପାଇଛି।</p> <p>କଲ୍ୟାଣସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ନନ୍ଦ କିଶୋର ସାବତ କହିଛନ୍ତି-&ldquo;ସରକାରଙ୍କ ନିର୍ଦ୍ଧାରିତ ରେଟ୍&zwnj; ଅନୁଯାୟୀ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବା କଷ୍ଟକର। ତଥାପି ଆମେ ବହୁ କଷ୍ଟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଉଛୁ। ଯଦି ସରକାର ମଧ୍ୟାହ୍ନ ଭୋଜନ ଦର ବଢ଼ାନ୍ତେ, ତାହାହେଲେ ଭଲ ହୁଅନ୍ତା।&rdquo;</p> <p>କେବଳ ମଧ୍ୟାହ୍ନ ଭୋଜନ ନୁହେଁ, ଏହାକୁ ପ୍ରସ୍ତୁତ କରୁଥିବା ପାଚିକା ଓ ସହାୟିକାଙ୍କ ଦରମା ଅଣକୁଶଳୀ ଶ୍ରମିକଙ୍କଠାରୁ ଢେର କମ। ତେଣୁ ସେମାନଙ୍କ ଦରମାକୁ ଅତିକମ୍&zwnj;ରେ ୨୦୦୦ ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି। ୯ମ&nbsp; ଓ ୧୦ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ କରିବା ପାଇଁ&nbsp; ଦାବି ହୋଇଛି। ଏଥିସହିତ ରାଜ୍ୟରେ ଥିବା ୬୩୪୬ଟି ବେସରକାରୀ ସ୍କୁଲ ତଥା ସରସ୍ୱତୀ ଶିଶୁ ମନ୍ଦିର ଓ ବିବେକାନନ୍ଦ ସ୍କୁଲରେ ମଧ୍ୟ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଦାବି ଉପସ୍ଥାପନ କରିଛନ୍ତି। ସେହିପରି ଆସନ୍ତା ଶିକ୍ଷାବର୍ଷରୁ ମଧ୍ୟାହ୍ନ ଭୋଜନ ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଥାଳି ଦେବା ପାଇଁ ନିଷ୍ପତ୍ତି ହୋଇଛି। ସେପଟେ ସମସ୍ତ ସ୍କୁଲରେ କିଚେନ୍ ଗାର୍ଡେନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମଧ୍ୟାହ୍ନ ଭୋଜନ ବାବଦକୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି।</p>

Related story