Advertisment

ଗାଡ଼ିର ଫିଟ୍‌ନେସ୍‌ କେମିତି ଜାଣିବେ? ପଢ଼ନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆପଣଙ୍କ ଗାଡ଼ି ଫିଟ୍‌ ଅଛି ତ ? ଗାଡ଼ିର ଫିଟ୍‌ନେସ୍‌ କେମିତି ଜାଣିବେ? ହୁଏତ ଆପଣ ମେକାନିକ୍‌ ଦ୍ୱାରା ଗାଡ଼ିର ଫିଟ୍‌ନେସ୍‌ ଟେଷ୍ଟ କରାଇବେ। ହେଲେ ଏବେ ସହଜ ହେବ ଯାନବାହନର ଫିଟ୍‌ନେସ୍‌ ଟେଷ୍ଟ। ଦରକାର ପଡ଼ିବନାହିଁ ମେକାନିକ୍‌। ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଟିଓ ଅଫିସ। ସ୍ୱୟଂଚାଳିତ ହେବ୍‌ ଟେଷ୍ଟିଂ ପ୍ରକ୍ରିୟା। ଯାଞ୍ଚ କରିବ ସ୍ୱତନ୍ତ୍ର ଡିଭାଇସ୍‌। ଗାଡ଼ିର ବୟସ କେତେ ? ଗାଡ଼ି ଫିଟ୍‌ କି ଅନ୍‌ଫିଟ୍‌? ଏମିସନ୍‌ ସ୍ତର କେତେ ଅଛି? […]

ଅଦ୍ୟତନ ହୋଇଛି
ମାର୍ଚ୍ଚ ସୁଦ୍ଧା ସବୁ ବଡ଼ ଗାଡିରେ ଲାଗିବ ଟ୍ରାକିଂ, ପାନିକ୍‌ ଡିଭାଇସ୍‌

vehicles

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆପଣଙ୍କ ଗାଡ଼ି ଫିଟ୍‌ ଅଛି ତ ? ଗାଡ଼ିର ଫିଟ୍‌ନେସ୍‌ କେମିତି ଜାଣିବେ? ହୁଏତ ଆପଣ ମେକାନିକ୍‌ ଦ୍ୱାରା ଗାଡ଼ିର ଫିଟ୍‌ନେସ୍‌ ଟେଷ୍ଟ କରାଇବେ। ହେଲେ ଏବେ ସହଜ ହେବ ଯାନବାହନର ଫିଟ୍‌ନେସ୍‌ ଟେଷ୍ଟ। ଦରକାର ପଡ଼ିବନାହିଁ ମେକାନିକ୍‌। ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଟିଓ ଅଫିସ। ସ୍ୱୟଂଚାଳିତ ହେବ୍‌ ଟେଷ୍ଟିଂ ପ୍ରକ୍ରିୟା। ଯାଞ୍ଚ କରିବ ସ୍ୱତନ୍ତ୍ର ଡିଭାଇସ୍‌।

Advertisment

ଗାଡ଼ିର ବୟସ କେତେ ? ଗାଡ଼ି ଫିଟ୍‌ କି ଅନ୍‌ଫିଟ୍‌? ଏମିସନ୍‌ ସ୍ତର କେତେ ଅଛି? ସବୁ ତଥ୍ୟ ପ୍ରଦାନ କରିବ ଏହି ସ୍ୱୟଂଚାଳିତ ବ୍ୟବସ୍ଥା। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ସ୍ୱତନ୍ତ୍ର ଅଟୋମେଟେଡ୍‌ ଟେଷ୍ଟିଂ ସିଷ୍ଟମ (ଏଟିଏସ୍‌) ଆପଣେଇବେ ରାଜ୍ୟ ସରକାର। ସେଥିପାଇଁ ଚିଠା ନୀତି ପ୍ରସ୍ତୁତ ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ।

କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ ପ୍ରସ୍ତୁତ ହେବ ଏହି ଚିଠା ନୀତି ପ୍ରସ୍ତାବିତ। ଏଟିଏସ୍‌ ନୀତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିବ ଏଟିଏସ୍‌ ସେଣ୍ଟର। ଏମିତିକି କଟକର ଅରିଲୋଠାରେ ଥିବା ଥିବା ଇନ୍ସପେକ୍‌ସନ୍‌ ଆଣ୍ଡ ସାର୍ଟିଫିକେସନ୍‌ ସେଣ୍ଟରକୁ ମଧ୍ୟ ଏଟିଏସ୍‌ ସେଣ୍ଟରରେ ପରିଣତ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ।

Advertisment

ପ୍ରସ୍ତାବିତ ଏଟିଏସ୍‌ ନୀତିକୁ ସ୍ୱାଗତ କରି ସଡ଼କ ସୁରକ୍ଷା କର୍ମୀ ପ୍ରକାଶ ମହାପାତ୍ର। ସେ କହିଛନ୍ତି, ଏହାଦ୍ୱାରା ଫିଟ୍‌ନେସ ଯାଞ୍ଚ ସରଳ ହେବାସହ ଅନଫିଟ୍‌ ଗାଡ଼ି ଯୋଗୁ ହେଉଥିବା ଦୁର୍ଘଟଣା ହ୍ରାସ ପାଇବ।

ତେବେ ଅଟୋମେଟେଡ୍‌ ବ୍ୟବସ୍ଥା ଦ୍ୱାରା ଫିଟ୍‌ନେସ ଟେଷ୍ଟ ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ନୀତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଡ଼ି ମାଲିକ। ସେମାନଙ୍କ ଅଭିଯୋଗ ସାର୍ଟିଫିକେସନ୍‌ ସେଣ୍ଟରରୁ ଫିଟ୍‌ନେସ୍‌ ପାଇବାକୁ ହେଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସାମାନ୍ୟ ତ୍ରୁଟି ଥିଲେ ମଧ୍ୟ ମିଳୁନି ଫିଟ୍‌ନେସ ସାର୍ଟିଫିକେଟ୍‌। ସ୍ୱୟଂଚାଳିତ ବ୍ୟବସ୍ଥା ଲାଗୁ ହେଲେ ସମସ୍ୟା ଆହୁରି ବଢିବ ବୋଲି ଗାଡି ମାଲିକମାନେ ଆଶଙ୍କା କରିଛନ୍ତି। ଅନ୍ୟପକ୍ଷରେ ଯଦି ୧୫ରୁ ୨୦ ବର୍ଷର ଗାଡ଼ି ଅଟୋମେଟେଡ୍‌ ଟେଷ୍ଟରେ ଫିଟ୍‌ ପ୍ରମାଣିତ ହୁଏ, ତେବେ ତାକୁ ସ୍କ୍ରାପେଜ୍‌ ପଲିସିରେ କାହିଁକି ସ୍କ୍ରାପ୍‌ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଗାଡ଼ି ମାଲିକ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଚିଠି ଅନୁଯାୟୀ, ଓଡ଼ିଶାର ୫ଟି ସ୍ଥାନରେ ଖୋଲାଯିବ ଏହି ଅଟୋମେଟେଡ୍‌ ଟେଷ୍ଟିଂ ସେଣ୍ଟର। ରାଜ୍ୟରେ ଏଟିଏସ୍ ଖୋଲିବାକୁ ୧୦ରୁ ଅଧିକ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe