ଗ୍ରୀଷ୍ମ ପ୍ରବାହ ଜାରି: ବଲାଙ୍ଗିର ଓ ଟିଟିଲାଗଡ଼ ଉତ୍ତପ୍ତ ସହର

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ୪୬.୫ ଡିଗ୍ରୀ ସହ ବଲାଙ୍ଗିର ଓ ଟିଟିଲାଗଡ଼ ଆଜି ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିବାବେଳେ ୧୩ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭବାନୀପାଟଣାରେ ୪୬.୨, ଝାରସୁଗୁଡ଼ା ୪୬, ତାପମାତ୍ରା ୪୦, ସୋନପୁର ୪୫, ମାଲକାନଗିରି ୪୪.୮, ହୀରାକୁଦ ୪୪.୭, ଭୁବନେଶ୍ୱର ଓ କଟକ ତାପମାତ୍ରା ୩୯.୨ ଡିଗ୍ରୀ ରହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଘରୁ ବାହାରି […]

heat wave in odisha

Rakesh Mallick
  • Published: Wednesday, 17 May 2017
  • , Updated: 17 May 2017, 07:13 PM IST

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ୪୬.୫ ଡିଗ୍ରୀ ସହ ବଲାଙ୍ଗିର ଓ ଟିଟିଲାଗଡ଼ ଆଜି ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିବାବେଳେ ୧୩ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭବାନୀପାଟଣାରେ ୪୬.୨, ଝାରସୁଗୁଡ଼ା ୪୬, ତାପମାତ୍ରା ୪୦, ସୋନପୁର ୪୫, ମାଲକାନଗିରି ୪୪.୮, ହୀରାକୁଦ ୪୪.୭, ଭୁବନେଶ୍ୱର ଓ କଟକ ତାପମାତ୍ରା ୩୯.୨ ଡିଗ୍ରୀ ରହିଛି।

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଘରୁ ବାହାରି ପାରୁନାହାନ୍ତି। ସକାଳ ୧୦ ବେଳକୁ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଇଛି। ସନ୍ଧ୍ୟା ବେଳେ ଗୁଳୁଗୁଳି ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଗ୍ରୀଷ୍ମ ପ୍ରବାହ ଆହୁରି ଦୁଇ ଦିନ ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି।

Related story