ବଦଳିବ ଇଞ୍ଜିନିୟରିଂ କଲେଜରେ ଆଡମିଶନ୍‌ ନିୟମ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଇଞ୍ଜିନିୟରିଂ ସିଟ୍‌ ପୂରଣ ପାଇଁ ବଦଳିବ ଆଡମିଶନ୍‌ ନିୟମ। ନୂଆ ନିୟମ ଅନୁସାରେ ଆଡମିଶନ ବାବଦ ୩୦,୦୦୦ ଟଙ୍କା ଏଣିକି କଲେଜ ବଦଳରେ ଓଜେଇଇରେ ଜମା କରାଯିବ। ତୃତୀୟ ପର୍ଯ୍ୟାୟ ନାମ ଲେଖା ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଏହି ଅର୍ଥ ଓଜେଇଇ କର୍ତ୍ତୃପକ୍ଷଙ୍କ ପାଖରେ ରହିବ ବୋଲି ଆଜି ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ଆଗରୁ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପ୍ରକ୍ରିୟା ପରେ ମନୋନୀତ କଲେଜରେ […]

ojee council

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 08:56 PM IST

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଇଞ୍ଜିନିୟରିଂ ସିଟ୍‌ ପୂରଣ ପାଇଁ ବଦଳିବ ଆଡମିଶନ୍‌ ନିୟମ। ନୂଆ ନିୟମ ଅନୁସାରେ ଆଡମିଶନ ବାବଦ ୩୦,୦୦୦ ଟଙ୍କା ଏଣିକି କଲେଜ ବଦଳରେ ଓଜେଇଇରେ ଜମା କରାଯିବ। ତୃତୀୟ ପର୍ଯ୍ୟାୟ ନାମ ଲେଖା ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଏହି ଅର୍ଥ ଓଜେଇଇ କର୍ତ୍ତୃପକ୍ଷଙ୍କ ପାଖରେ ରହିବ ବୋଲି ଆଜି ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ଆଗରୁ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପ୍ରକ୍ରିୟା ପରେ ମନୋନୀତ କଲେଜରେ ଫି’ ଡିପୋଜିଟ୍‌ କରାଯାଉଥିଲା। ଏହି ନୂଆ ନିୟମ ଅନୁଯାୟୀ ଛାତ୍ରଛାତ୍ରୀମାନେ ଚାହିଁଲେ ସେମାନଙ୍କ କଲେଜ ବଦଳାଇ ପାରିବେ। ଆଡମିଶନ୍‌ ପ୍ରକ୍ରିୟାରୁ ଓହରିଲେ ଛାତ୍ରଛାତ୍ରୀମାନେ ଡିପୋଜିଟ୍‌ ଅର୍ଥ ଫେରିପାଇବେ। ସେହିପରି ରାଙ୍କ ଅପଗ୍ରେଡେସନ୍‌ ଅନୁସାରେ ଆଡମିଶନ କରାଯିବ।

ଗତ କିଛିବର୍ଷ ହେବ ରାଜ୍ୟରେ ଇଂଜିନିୟରିଂ ସିଟ୍‌ ଫାଙ୍କା ପଡୁଥିବାରୁ ଏହା କିପରି ପୂରଣ ହେବ ସେ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଖାଲି ପଡିଥିବା ସିଟ୍‌ ପୂରଣ ନେଇ ଅନ୍ୟ ରାଜ୍ୟଗୁଡିକରେ ଥିବା ନିୟମକୁ ଅନୁଧ୍ୟାନ କରିବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ବୈଷୟିକ ଶିକ୍ଷା ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି।

ଇଂଜିନିୟରିଂ ନାମଲେଖା ଲକ୍ଷ୍ୟରେ ଚଳିତବର୍ଷ ଜେଇଇ ମେନ୍‌ ପାଇଁ ଓଡ଼ିଶାରୁ ଏପର୍ଯ୍ୟନ୍ତ ୩୬,୦୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଆବେଦନ ବେଳେ ଆଧାରକାର୍ଡ ବାଧ୍ୟତାମୂଳକ ଥିବାରୁ ଚଳିତବର୍ଷ ପୂର୍ବବର୍ଷ ଅପେକ୍ଷା କମ ଛାତ୍ରଛାତ୍ରୀ ଆବେଦନ କରିଥିବା ଜଣାପଡିଛି।

Related story