Advertisment

ବିଧାନ ପରିଷଦ ଗଠନ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ୱର (ଓଡିଶା ରିପୋର୍ଟର); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଵୈଠକରେ ମୋଟ ୮ଟି ଏଜେଣ୍ଡାକୁ ଅନୁମୋଦନ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାଵକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନରେ ଏ ନେଇ ସଂକଳ୍ପ ପ୍ରସ୍ତାବ ଆସିବ। ଏଥିରେ ମୋଟ ୪୯ ସଦସ୍ୟ ରହିବେ। […]

ଅଦ୍ୟତନ ହୋଇଛି
ସୋମବାର ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

Odisha-Secretariat

Advertisment

ଭୁବନେଶ୍ୱର (ଓଡିଶା ରିପୋର୍ଟର); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି।

Advertisment

ଵୈଠକରେ ମୋଟ ୮ଟି ଏଜେଣ୍ଡାକୁ ଅନୁମୋଦନ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାଵକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।

ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନରେ ଏ ନେଇ ସଂକଳ୍ପ ପ୍ରସ୍ତାବ ଆସିବ। ଏଥିରେ ମୋଟ ୪୯ ସଦସ୍ୟ ରହିବେ। ସେମାନଙ୍କୁ ବିଧାୟକଙ୍କ ଭଳି ସୁବିଧା ସୁଯୋଗ ମିଳିବ। ବାର୍ଷିକ ମୋଟ ୩୫ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ।

Advertisment

ସେହିପରି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା କଳିଙ୍ଗ ସାଥୀ ଋଣକୁ ଅଧିକ ସରଳ କରାଯାଇଛି। ଏଣିକି ସବୁ ପ୍ରଫେସନାଲ କୋର୍ସ ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଋଣ ସୁଝିବା ଅବଧିକୁ ୧୫ଵର୍ଷକୁ ବୃଦ୍ଧି କରାଯାଇଛି। ସେହିପରି ଓଡ଼ିଶା ବିହାର ତୀର୍ଥ ସ୍ଥଳ ଆଇନ୍-୧୯୨୦କୁ ଉଚ୍ଛେଦ କରାଯାଉଛି। ଯାହାର ପ୍ରାସଗଂକିତା ଏବେ ଆଉ ନାହିଁ।

ଓଡ଼ିଶା ଅବକାରୀ ସେବା ନିୟମ-୨୦୦୨ର ପୁନଃ ସଂଶୋଧନ କରାଯାଇ ସମସ୍ତ ୩୧ଟି ଅବକାରୀ ଅଧିକ୍ଷକ ପଦବୀରେ ଏଣିକି ଅବକାରୀ ସେବା ଅଧିକାରୀମାନଙ୍କୁ ହିଁ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ।

ସେହିପରି ଡାକ୍ତର ଅଭାବ ଦୂର କରିବା ପାଇଁ ‘ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିଯୁକ୍ତି ରୁଲସ୍ -୨୦୧୮’କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ୟାଡ଼ରରେ ୩ଟି ନୂଆ ବର୍ଗ ଯଥା- ସ୍ପେଶାଲିଷ୍ଟ, ପବ୍ଲିକ୍ ହେଲ୍ଥ ଓ ଜେନେରାଲ୍ ଡ୍ୟୁଟିରେ ଡାକ୍ତରମାନଙ୍କୁ ସାମିଲ କରାଯିବ। ଏଣିକି ଡାକ୍ତର ନିଯୁକ୍ତି ପାଇଁ ଅନଲାଇନ୍‌ରେ ଲିଖିତ ପରୀକ୍ଷା ହେବ ଓ ଏହା ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ହେବ। ଆଉ କ୍ୟାରିୟର ମାର୍କିଂ ଓ ସାକ୍ଷାତକାର ବ୍ୟବସ୍ଥା ରହିବ ନାହିଁ। ଯେଉଁମାନେ ଆଡହକ୍ ଡାକ୍ତର ଭାବେ କାର୍ଯ୍ୟ କରୁଥିବେ ସେମାନଙ୍କୁ ଏହି ପରୀକ୍ଷାରେ ସର୍ବାଧିକ ୧୫% ମାର୍କ(ବର୍ଷକୁ ୩%) ଲେଖାରେ କୋହଳତା ପ୍ରଦାନ କରାଯିବ।

ଏହା ସହିତ ହିନ୍ଦୁ ଧର୍ମାନୁଷ୍ଠାନଗୁଡ଼ିକର ସ୍ୱାର୍ଥର ସୁରକ୍ଷା ପାଇଁ ‘ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ-୧୯୫୧’କୁ ସଂଶୋଧନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ସେହିପରି ‘ଓଡ଼ିଶା ରୁଲ୍ ସେ ଅଫ୍ ଵିଜିନେସ୍‌’ରେ ସଂଶୋଧନ କରାଯାଇ ସମସ୍ତ ସରକାରୀ କାର୍ଯ୍ୟରେ ଭ୍ୟାଟ୍‌ ପରିବର୍ତ୍ତେ ଜିଏସ୍‌ଟିକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe