ବଜ୍ରପାତର ମୁକାବିଲା ପାଇଁ ସରକାର ତତ୍ପର: ଏସ୍‌ଆର୍‌ସି କହିଲେ- ସଚେତନତା ସୃଷ୍ଟି କରାଯିବ

ଭୁବନେଶ୍ୱର: ଘାତକ ସାଜିଛି ବଜ୍ରପାତ। ଗତ ଦୁଇ ଦିନରେ ୩୪ ଜଣଙ୍କ ଜୀବନ ନେଇଛି ବିଜୁଳି। କିଛି ବର୍ଷ ହେବ ରାଜ୍ୟରେ ବଜ୍ରାଘାତଜନିତ ମୃତ୍ୟୁ ବଢିଚାଲିଛି। ତେବେ ବଜ୍ରାଘାତରୁ କିପରି ରକ୍ଷା ମିଳିବ ସେନେଇ ସରକାରଙ୍କ ତରଫରୁ ସେଭଳି କିଛି ଆଖିଦୃଶିଆ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉନାହିଁ। ଆକାଶରୁ ଖସୁଛି ମୃତ୍ୟୁର ବିଜୁଳି। ଅକାଳରେ ଚାଲିଯାଉଛି ଶହ ଶହ ଜୀବନ। ଗତ ୭ ବର୍ଷରେ ରାଜ୍ୟରେ ବଜ୍ରାଘାତ ନେଇଛି ୨,୨୯୭ଟି ଅମୂଲ୍ୟ ଜୀବନ। ଅର୍ଥାତ୍ ବାର୍ଷିକ ହାରାହାରି […]

lightening

Rakesh Mallick
  • Published: Tuesday, 01 August 2017
  • , Updated: 01 August 2017, 08:57 PM IST

ଭୁବନେଶ୍ୱର: ଘାତକ ସାଜିଛି ବଜ୍ରପାତ। ଗତ ଦୁଇ ଦିନରେ ୩୪ ଜଣଙ୍କ ଜୀବନ ନେଇଛି ବିଜୁଳି। କିଛି ବର୍ଷ ହେବ ରାଜ୍ୟରେ ବଜ୍ରାଘାତଜନିତ ମୃତ୍ୟୁ ବଢିଚାଲିଛି। ତେବେ ବଜ୍ରାଘାତରୁ କିପରି ରକ୍ଷା ମିଳିବ ସେନେଇ ସରକାରଙ୍କ ତରଫରୁ ସେଭଳି କିଛି ଆଖିଦୃଶିଆ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉନାହିଁ।

ଆକାଶରୁ ଖସୁଛି ମୃତ୍ୟୁର ବିଜୁଳି। ଅକାଳରେ ଚାଲିଯାଉଛି ଶହ ଶହ ଜୀବନ। ଗତ ୭ ବର୍ଷରେ ରାଜ୍ୟରେ ବଜ୍ରାଘାତ ନେଇଛି ୨,୨୯୭ଟି ଅମୂଲ୍ୟ ଜୀବନ। ଅର୍ଥାତ୍ ବାର୍ଷିକ ହାରାହାରି ୩୨୭ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି। ବଜ୍ରପାତ ରାଜ୍ୟରେ କିଭଳି ମୃତ୍ୟୁର ବିଭୀଷିକା ସୃଷ୍ଟି କରିଛି ତାହା ଏହି ତଥ୍ୟରୁ ସ୍ପଷ୍ଟ। ବନ୍ୟା ଓ ବାତ୍ୟା ଭଳି ଦୁର୍ବିପାକଠାରୁ ବି ଢେର ଅଧିକ ଲୋକଙ୍କ ଜୀବନ ନେଉଛି। ସଚେତନତା ଅଭାବ କାରଣରୁ ଅଧିକ ଲୋକଙ୍କର ପ୍ରାଣ ଯାଉଛି। ତେବେ ବଜ୍ରାଘାତ ମୃତ୍ୟୁ ରୋକିବା ଲାଗି ଆଗାମୀ ଦିନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି-“ଗତ ଦୁଇ ଦିନରେ ବଜ୍ରପାତ ୩୪ ଜଣ ଲୋକଙ୍କ ଜୀବନ ନେଇଛି। ଏନେଇ ସ୍କୁଲ ପିଲା ଓ ଚାଷୀମାନଙ୍କ ମଧ୍ୟ ସଚେତନତା ସୃଷ୍ଟି କରାଯିବ।”

ସାଧାରଣତଃ ମାର୍ଚ୍ଚରୁ ମେ ଓ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ଅଧିକ ବଜ୍ରପାତ ହୋଇଥାଏ। ମାର୍ଚ୍ଚରୁ ମେ ମଧ୍ୟରେ ବାୟୁ ଶୁଷ୍କ ଥିବାରୁ ବଜ୍ରପାତ ସେତେ ହାନି କରେନି। ଜୁନରୁ ସେପ୍ଟେମ୍ବର ମଧ୍ୟରେ ବାୟୁର ଆଦ୍ରତା ବୃଦ୍ଧି ପାଇଥାଏ। ଯାହା ଦ୍ୱାରା ବଜ୍ରପାତର ଫ୍ରିକ୍ୟୁଏନ୍ସି ଓ ତୀବ୍ରତା ବୃଦ୍ଧି ପାଇଥାଏ। ତେଣୁ ଏହି ସମୟରେ ହିଁ ଅଧିକ ଲୋକଙ୍କ ମୃତାହତ ହୋଇଥାଏ।

ବଜ୍ରାପାତ ସମୟରେ କିପରି ନିଜକୁ ସୁରକ୍ଷିତ ରଖିପାରିବେ?

ବର୍ଷା ଓ ଘଡଘଡି ସମୟରେ ଖୋଲା ପଡିଆ, ବିଲ ଓ ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ବିଦ୍ୟୁତ୍ ପ୍ରବାହିତ ବସ୍ତୁଠାରୁ ଦୂରରେ ରୁହନ୍ତୁ। ଦୁଇ ଚକିଆ ଯାନରେ ଯାଉଥିଲେ ଧୀରେଧୀରେ ଚଳାନ୍ତୁ। ନଚେତ୍ ସୁରକ୍ଷିତ ସ୍ଥାନକୁ ଚାଲି ଯଆନ୍ତୁ। ଗଛ, ବିଦ୍ୟୁତ୍ ତାର ତଳେ ଆଶ୍ରୟ ନିଅନ୍ତୁ ନାହିଁ। ବିଜୁଳି ମାରିବା ସମୟରେ ଟିଭି, ଟେଲିଫୋନ ଓ ମୋବାଇଲ ଫୋନ ଆଦି ବ୍ୟବହାର କରନ୍ତୁ ନାହିଁ।

Related story