ନେହୁରା ହୋଇ ନିରାଶ ହେଲେ, ଶେଷରେ ଦିଲ୍ଲୀ ଗଲେ ପରବିନ୍ଦର

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ନ୍ୟାୟ ପାଇଁ ଜାତୀୟ  ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଭୁବନେଶ୍ୱରରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଶିଖ୍ ଯୁବକ ପରବିନ୍ଦର ପାଲ୍‌ ସିଂହ। ଆଜି ସେ ନିଜ ପରିବାର ସହ ଯାଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଆକ୍ରମଣ ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ କାହିଁକି ୩୦୭ ଧାରା ଲାଗୁ ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପଗଡିକୁ ପକାଇ ତାଙ୍କ ଧର୍ମକୁ ଅସମ୍ମାନ ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

n-908

Tapas Behera
  • Published: Wednesday, 29 January 2020
  • , Updated: 29 January 2020, 06:22 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ନ୍ୟାୟ ପାଇଁ ଜାତୀୟ  ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଭୁବନେଶ୍ୱରରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଶିଖ୍ ଯୁବକ ପରବିନ୍ଦର ପାଲ୍‌ ସିଂହ। ଆଜି ସେ ନିଜ ପରିବାର ସହ ଯାଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି।

ଆକ୍ରମଣ ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ କାହିଁକି ୩୦୭ ଧାରା ଲାଗୁ ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପଗଡିକୁ ପକାଇ ତାଙ୍କ ଧର୍ମକୁ ଅସମ୍ମାନ ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ପରବିନ୍ଦର। ତଦନ୍ତ ସଠିକ ରୂପେ କରିବା ପାଇଁ ମଧ୍ୟ ସେ ମାନବାଧିକାର କମିଶନଙ୍କ ପାଖରେ ଦାବି କରିଛନ୍ତି।

ସେହିପରି ସେ ଜାତୀୟ ମାନବାଧିକାର କମିଶନଙ୍କଠାରେ ଅନ-ଲାଇନରେ ସେ ଏନେଇ ଆବେଦନ କରିଛନ୍ତି। ଗତ ୧୪ରେ ପରବିନ୍ଦରଙ୍କୁ ଆକ୍ରମଣ ହୋଇଥିଲା। ଘଟଣା ଦିନ ୨ଜଣ ଓ ପରଦିନ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ୍। ପୁଲିସର କୋହଳ ଦଫା ଯୋଗୁ ଗିରଫର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ ମିଳିଯାଇଥିଲା।

ପୁଲିସ୍‌ ସମ୍ମୁଖରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ସତ୍ତ୍ୱେ ୩ ଅଭିଯୁକ୍ତଙ୍କୁ ତୁରନ୍ତ ମିଳିଗଲା ଜାମିନ। ଏହି ଘଟଣାରେ ପୁଲିସ୍‌ର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା।  ମାମଲାକୁ ନେଇ ସରଗରମ ଆଲୋଚନା ହୋଇଥିଲା। ପୁଲିସ୍‌ ସାମ୍ନାରେ ମରଣାନ୍ତକ ଆକ୍ରମଣ ସତ୍ତ୍ୱେ ହତ୍ୟା ଉଦ୍ୟମ ଦଫା ଲାଗି ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପରବିନ୍ଦର । ଭୁବନେଶ୍ୱରରେ ପରିବାର ସହ ରହିବାକୁ ସେ ଆଉ ସୁରକ୍ଷିତ ମଣୁ ନ ଥିବା କହିଛନ୍ତି। ପୁଲିସ୍‌ ସାମ୍ନାରେ ମାଡ଼ ସତ୍ତ୍ୱେ ହତ୍ୟା ଉଦ୍ୟମ ଦଫା ନ ଲଗାଇ କୋହଳ ଦଫା ଲଗାଯାଇଥିବାରୁ ଅଭିଯୁକ୍ତମାନେ ଅତି ସହଜରେ ଜାମିନ ପାଇଯାଇଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଏହାକୁ ନେଇ ଶିରୋମଣୀ ଅକାଳି ଦଳ ଉଦ୍‌ବେଗ ମଧ୍ୟ ପ୍ରକାଶ କରିଥିଲେ।

Related story