ଜିଏସ୍‌ଟି ଓ ଭାଟ୍‌ ସଂଶୋଧ ବିଲ୍‌ ପାସ୍‌: କିଛି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାରେ ପାରିତ ହେଲା ରାଜ୍ୟ GST ବିଲ୍  ଓ ଭାଟ୍ ସଂଶୋଧନ ବିଲ୍। ଉଭୟ ବିଲ୍ ଧ୍ୱନି ମତରେ ପାସ୍ ହୋଇଛି। ତେବେ GST ବିଲ୍‌ରେ କିଛି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ଏଥିରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏହା କାଟ୍ ଖାଇଥିଲା। ବିରୋଧୀ ଦାବି କରିଥିଲେ ଯେ, ସିଲେକ୍ଟ କମିଟିକୁ ବିଲ୍ ପଠାଯାଉ। ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ବିଲ୍ […]

DAM2ChAV0AQngXE

Rakesh Mallick
  • Published: Friday, 19 May 2017
  • , Updated: 19 May 2017, 10:12 PM IST

ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାରେ ପାରିତ ହେଲା ରାଜ୍ୟ GST ବିଲ୍  ଓ ଭାଟ୍ ସଂଶୋଧନ ବିଲ୍। ଉଭୟ ବିଲ୍ ଧ୍ୱନି ମତରେ ପାସ୍ ହୋଇଛି। ତେବେ GST ବିଲ୍‌ରେ କିଛି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ଏଥିରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏହା କାଟ୍ ଖାଇଥିଲା। ବିରୋଧୀ ଦାବି କରିଥିଲେ ଯେ, ସିଲେକ୍ଟ କମିଟିକୁ ବିଲ୍ ପଠାଯାଉ। ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ।

ବିଲ୍ ପାସ୍ ପରେ ନରସିଂହ କହିଛନ୍ତି,“ସମୟ ଅଳ୍ପ ଥିବାରୁ ଜିଏସ୍‌ଟି ନେଇ ଆଲୋଚନା ଉଚ୍ଚକୋଟୀର ଦେଲାନି। ତେଣୁ ଏହି ବିଲ୍‌ରେ ତ୍ରୁଟି ଥିବାରୁ ସଂଶୋଧନ ପ୍ରସ୍ତାବ ଦେଇଥିଲୁ। ସରକାର ଗ୍ରହଣ କଲେ ନାହିଁ। ମୁଁ ଅନୁଭବ କରୁଛି ଗୃହର ସ୍ୱାଧୀକାର ଭଙ୍ଗ ହୋଇଛି।”

ସେ କହିଛନ୍ତି,“ଚାଷୀ ଓ ଶ୍ରମିକଙ୍କ କ୍ଷେତ୍ରରେ GST ଲାଗିବ ନା ନାହିଁ ସ୍ପଷ୍ଟ ନୁହେଁ। ଏନେଇ ସରକାରଙ୍କ ପାଖରେ ସଠିକ ଉତ୍ତର ନାହିଁ। ଅର୍ଥମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅର୍ଥହୀନ। ରାଜସ୍ୱ ବଢ଼ିବ ନା କମିବ ସେ ତଥ୍ୟ ନାହିଁ। ରାଜ୍ୟ ସରକାର ଅନ୍ଧାରରେ ବାଡ଼ି ବୁଲାଉଛନ୍ତି।”

Related story