ତୃତୀୟ ଓଡ଼ିଆ ଭାବେ ରାଜ୍ୟ ପାଇଁ ଗୌରବ ଆଣିଲେ ସୁନୀତା: ନିଜ ଗାଁରେ ଏବେ ଖୁସିର ମାହୋଲ

ଭାରତୀୟ ମହିଳା ହକି ଟିମର ଅଧିନାୟକ ଭାବେ ନିଯୁକ୍ତି ପାଇବା ପରେ ନିଜ ଗାଁ କେସରାମାଲରେ ଖୁସିର ମାହୋଲ ଖେଳିଯାଇଛି। ଏହା ରାଜ୍ୟ ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସୁନୀତାଙ୍କ ବାପା କହିଛନ୍ତି।  ଆସନ୍ତା ୧୩ ତାରିଖରୁ କୋରିଆରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳର ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି। ଡିଫେଣ୍ଡର ଭାବେ ଖେଳୁଥିବା ୨୭ ବର୍ଷୀୟା ସୁନୀତା ଦୀର୍ଘ ଦିନ ହେବ […]

Sunita Lakra of Indian Women Hockey Team

Rakesh Mallick
  • Published: Thursday, 03 May 2018
  • , Updated: 03 May 2018, 04:12 PM IST

ଭାରତୀୟ ମହିଳା ହକି ଟିମର ଅଧିନାୟକ ଭାବେ ନିଯୁକ୍ତି ପାଇବା ପରେ ନିଜ ଗାଁ କେସରାମାଲରେ ଖୁସିର ମାହୋଲ ଖେଳିଯାଇଛି। ଏହା ରାଜ୍ୟ ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସୁନୀତାଙ୍କ ବାପା କହିଛନ୍ତି।  ଆସନ୍ତା ୧୩ ତାରିଖରୁ କୋରିଆରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳର ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି। ଡିଫେଣ୍ଡର ଭାବେ ଖେଳୁଥିବା ୨୭ ବର୍ଷୀୟା ସୁନୀତା ଦୀର୍ଘ ଦିନ ହେବ ଭାରତୀୟ ଦଳର ସଦସ୍ୟ ଭାବେ ରହି ଆସିଛନ୍ତି। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳର ଝିଅ ସୁନୀତା ଏପର୍ଯ୍ୟନ୍ତ ୧୦୮ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି। ଜ୍ୟୋତି ସୁନୀତା କୁଲୁ ଏବଂ ସୁଭଦ୍ରା ପ୍ରଧାନ ପରେ ତୃତୀୟ ଓଡିଆ ମହିଳା ଭାବେ ସୁନୀତା ଭାରତୀୟ ଟିମର ନେତୃତ୍ୱ ନେବେ। ସୁନୀତାଙ୍କ ବ୍ୟତୀତ ଭାରତୀୟ ଦଳରେ ଆଉ ୪ ଓଡ଼ିଆ ଝିଅ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡିଫେଣ୍ଡର ଦୀପଗ୍ରେସ ଏକ୍କା, ମିଡ୍ ଫିଲଡର ନମିତା ଟପ୍ପୋ ଓ ଲିଳିମା ମିଞ୍ଜ ଏବଂ ଫରଓ୍ୱାର୍ଡ ଅନୁପା ବାର୍ଲା।  ୨୦୧୬ ଏସିଆନ୍ ଚାମ୍ପିୟନ୍ସିପରେ ଭାରତ, ଚୀନକୁ ପରାସ୍ତ କରି ଚାମ୍ପିୟନ୍ ହୋଇଥିଲା।

Related story