୩ ରଥରେ ଛେରା ପହଁରା କଲେ ଗଜପତି ମହାରାଜା

ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଘଣ୍ଟାଘଣ୍ଟ କାହାଳୀ, ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ସିଂହଦ୍ୱାର। ରଥ  ଉପରେ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାରରେ ଭକ୍ତି-ଭଗବାନ ଏକାଠି। ଅନୁଭବି ଠାକୁର ବି ବୁଝି ପାରିଛନ୍ତି ଭକ୍ତଙ୍କ ଆବେଗ। ସେଥିପାଇଁ ତ ବଡ଼ ଦେଉଳ ରତ୍ନ ସିଂହସନ, ଷାଠିଏ ପଉଟିକୁ ଛାଡ଼ି ଧାଇଁ ଆସିଛି ବଡ଼ଦାଣ୍ଡକୁ। ଭକ୍ତଙ୍କ ମେଳକୁ। ସବୁ ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇ […]

puri

puri

Niharika Rout
  • Published: Thursday, 04 July 2019
  • Updated: 04 July 2019, 02:21 PM IST

ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଘଣ୍ଟାଘଣ୍ଟ କାହାଳୀ, ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ସିଂହଦ୍ୱାର। ରଥ  ଉପରେ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାରରେ ଭକ୍ତି-ଭଗବାନ ଏକାଠି। ଅନୁଭବି ଠାକୁର ବି ବୁଝି ପାରିଛନ୍ତି ଭକ୍ତଙ୍କ ଆବେଗ। ସେଥିପାଇଁ ତ ବଡ଼ ଦେଉଳ ରତ୍ନ ସିଂହସନ, ଷାଠିଏ ପଉଟିକୁ ଛାଡ଼ି ଧାଇଁ ଆସିଛି ବଡ଼ଦାଣ୍ଡକୁ। ଭକ୍ତଙ୍କ ମେଳକୁ।

ସବୁ ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇ ତାମଯାନରେ ଆସି ପହଞ୍ଚିଲେ ଗଜପତି ମହାରାଜା।

ଶହ ଶହ ବର୍ଷର ପରଂପରା ଅନୁଯାୟୀ ଗଜପତି ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଗଜପତି ଦିବ୍ୟସିଂହ ଦେବ ଏବେ ରଥ ଉପରେ। ଚଳନ୍ତି ଠାକରଙ୍କୁ ରଥ ଉପରେ ଦେଖି ଭକ୍ତ ବି ବିଭୋର। ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ସୁନା ଖଡ଼ିକାରେ  ତିନି ରଥ- ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ  କରିଛନ୍ତି ଛେରାପହଁରା।

ରାଜ ପରିବାରର ସଦସ୍ୟ, ରାଜଗୁରୁ , ମେକାପ, ଗରାବଡୁ, ଲେଙ୍କା, ଓ ଦେଉଳକରଣ ଆଦି ସେବକକୁ ନେଇ ରଥ ଉପରକୁ ଯାଇଥାନ୍ତି ଗଜପତି।   ପ୍ରଥମେ ଗରାବଡୁ ସେବକଙ୍କଠାରୁ ହାତୁଆଣି ନେଇ ଗଜପତି ପୁଷ୍ପାଞ୍ଜଳି ଦେଇ ଛେରା ପହଁରା କରିଥାନ୍ତି।

ଆଜି ସକାଳୁ ଶ୍ରୀଜିଉଙ୍କ ନୀତିକାନ୍ତି ଠିକ୍ ସମୟରେ ଆରମ୍ଭ ହୋଇ ଠିକ୍ ସମୟରେ ଶେଷ ହୋଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହେବା ପରେ ଗୋପାଳ ବଲ୍ଲଭ ଓ ଖେଚୁଡ଼ି ଭୋଗ କରାଯାଇଥିଲା। ତେଣୁ ଆଜି ନିର୍ଦ୍ଧାରିତ ସମୟର ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି।

ବର୍ତ୍ତମାନ ସୁଦ୍ଧା ସବୁ ରୀତିନୀତି ଠିକ୍‌ ସମୟରେ ସମ୍ପନ୍ନ ହୋଇଛି। ଛେରାପହଁରା ସହ ଅନ୍ୟାନ୍ୟ ନୀତି ଶେଷ ହେବା ପରେ ରଥଟଣା ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story