‘୧୦ଟି ନୂଆ ଓଡ୍ରାଫ୍‌ ୟୁନିଟ୍‌ ପାଇଁ ଉପକରଣ କିଣାଯିବ’

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ୨୦ଟି ଓଡ୍ରାଫ୍‌ ୟୁନିଟ୍‌ ରହିଛି। ଆଉ ୧୦ଟି ନୂଆ ୟୁନିଟ୍‌ ପାଇଁ ଆନୁସଙ୍ଗିକ ଉପକରଣ କିଣାଯିବ। ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଏସ୍‌ଆରସି ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ମୁକାବିଲା ଓ ପରିଚଚାଳନା ନେଇ ବସିଥିବା ବୈଠକ ପରେ ଏସ୍‌ଆରସି ଏହା କହିଛନ୍ତି। ସେ କହିଛନ୍ତି,“ଏପ୍ରିଲ ସୁଦ୍ଧା ୨୨ ବ୍ଲକରେ ଆଗୁଆ ୱାର୍ଣ୍ଣିଂ ସିଷ୍ଟମ ଲାଗିବ। […]

pradepta-mohapatra

Rakesh Mallick
  • Published: Thursday, 05 January 2017
  • , Updated: 06 January 2017, 07:28 AM IST

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ୨୦ଟି ଓଡ୍ରାଫ୍‌ ୟୁନିଟ୍‌ ରହିଛି। ଆଉ ୧୦ଟି ନୂଆ ୟୁନିଟ୍‌ ପାଇଁ ଆନୁସଙ୍ଗିକ ଉପକରଣ କିଣାଯିବ। ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଏସ୍‌ଆରସି ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ମୁକାବିଲା ଓ ପରିଚଚାଳନା ନେଇ ବସିଥିବା ବୈଠକ ପରେ ଏସ୍‌ଆରସି ଏହା କହିଛନ୍ତି।

ସେ କହିଛନ୍ତି,“ଏପ୍ରିଲ ସୁଦ୍ଧା ୨୨ ବ୍ଲକରେ ଆଗୁଆ ୱାର୍ଣ୍ଣିଂ ସିଷ୍ଟମ ଲାଗିବ। ୬୧୦ ସ୍ଥାନରେ ଅଟୋମେଟେଡ୍‌ ରେନ୍‌ ଗଜ୍‌ ପ୍ରତିଷ୍ଠା ହେବ। ଏହାଦ୍ୱାରା ବର୍ଷାର ପରିମାଣ ଜାଣି ହେବ ଓ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ହେବ। ଆଉ ଏହାଛଡ଼ା ଆଉ ୧୦୦ଟି ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି।”

Related story