ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା, କୋହଲା ପାଗ ଆଉ ୨୪ ଘଣ୍ଟା

ଭୁବନେଶ୍ୱର: ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଲାଗିରହିଥିବା ବେଳେ ସୋମବାର କେତେକ ସ୍ଥାନରେ ବର୍ଷା ହୋଇଛି । ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହୋଇଛି । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ସକାଳେ କଟକ ସହରରେ ମଧ୍ୟ ଝିପିଝିପି ବର୍ଷା ହୋଇଛି। ଭୋରରୁ ପାଗ କୋହଲା ଥିବା ବେଳେ ସକାଳୁ ଝିପି ଝିପି ବର୍ଷା ହୋଇଥିଲା। ମାତ୍ର ଦିନ […]

rain

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 07:59 AM IST

ଭୁବନେଶ୍ୱର: ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଲାଗିରହିଥିବା ବେଳେ ସୋମବାର କେତେକ ସ୍ଥାନରେ ବର୍ଷା ହୋଇଛି । ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହୋଇଛି । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି ସକାଳେ କଟକ ସହରରେ ମଧ୍ୟ ଝିପିଝିପି ବର୍ଷା ହୋଇଛି। ଭୋରରୁ ପାଗ କୋହଲା ଥିବା ବେଳେ ସକାଳୁ ଝିପି ଝିପି ବର୍ଷା ହୋଇଥିଲା। ମାତ୍ର ଦିନ ୧୧ଟା ବେଳକୁ ବର୍ଷା ଧୀରେଧୀରେ ବଢିଥିଲା। ପାଗ ଥଣ୍ଡା ଥିଲାବେଳେ ଏହି ଅଦିନିଆ ବର୍ଷା କଟକ ସହରର ଜନଜୀବନକୁ ସମ୍ପୁର୍ଣ୍ଣ ଭାବେ ଅସ୍ତବ୍ୟସ୍ତ କରିଦେଇଛି।

ଫଳରେ ରାସ୍ତାଘାଟରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା। ବର୍ଷା ଫଳରେ ବେଶ୍ ଥଣ୍ଡା ଅନୁଭୁତ ହୋଇଛି।
ସେହିପରି ଭୁବନେଶ୍ୱରରେ ମଧ୍ୟ ବର୍ଷା ହୋଇଥିଲା।

Related story