ବିଭିନ୍ନ ଦାବି ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ ଦାବି ପୂରଣ ନେଇ ଆଜି ବିଧାନସଭା ଘେରାଉ କରିବା ପାଇଁ ଏକ ରାଲିରେ ଗଲାବେଳେ ଲୋୟର ପିଏମଜିରେ  ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୋଲିସ ଓ ଶିକ୍ଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସମାନ କାମକୁ ସମାନ ଦରମା, ସପ୍ତମ ବେତନ କମିଶନଙ୍କ ସୁପାରିସ୍‌ ଆଧାରରେ ସମସ୍ତ ବର୍ଗର ଶିକ୍ଷକ ଓ କର୍ମଚାରୀଙ୍କୁ ପାଇଁ ପୂର୍ଣ୍ଣ ଅନୁଦାନ, ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ସ୍ଥାନରେ ନିୟମିତ ଶିକ୍ଷକ ନିଯୁକ୍ତି,  ହିନ୍ଦୀ, ସଂସ୍କୃତ […]

school-teacher-bbsr

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 11:30 PM IST

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ ଦାବି ପୂରଣ ନେଇ ଆଜି ବିଧାନସଭା ଘେରାଉ କରିବା ପାଇଁ ଏକ ରାଲିରେ ଗଲାବେଳେ ଲୋୟର ପିଏମଜିରେ  ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୋଲିସ ଓ ଶିକ୍ଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ସମାନ କାମକୁ ସମାନ ଦରମା, ସପ୍ତମ ବେତନ କମିଶନଙ୍କ ସୁପାରିସ୍‌ ଆଧାରରେ ସମସ୍ତ ବର୍ଗର ଶିକ୍ଷକ ଓ କର୍ମଚାରୀଙ୍କୁ ପାଇଁ ପୂର୍ଣ୍ଣ ଅନୁଦାନ, ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ସ୍ଥାନରେ ନିୟମିତ ଶିକ୍ଷକ ନିଯୁକ୍ତି,  ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକଙ୍କୁ ଉଚ୍ଚ ଦରମା ପ୍ରଦାନ, ଅନୁଦାନପ୍ରାପ୍ତ ବିଦ୍ୟାଳୟ, ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଚାକିରି କାଳ ୬୨ ବର୍ଷକୁ ବୃଦ୍ଧି ଓ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ  ଦାବି ପୂରଣ ନେଇ  ଶିକ୍ଷମାମାନେ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ  ସଂଘ ପକ୍ଷରୁ ଧମକ ଦିଆଯାଇଛି।

ଦାବି ପୂରଣ ନ ହେଲେ ଶିକ୍ଷକ ଓ କର୍ମଚାରୀମାନେ ପଞ୍ଚାୟତ ନିର୍ବାଚନ ବାତିଲ କରିବେ। ଏପରିକି ଆନ୍ଦୋଳନକୁ ଗ୍ରାମାଞ୍ଚଳକୁ ନେବେ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି।

Related story