ଡିସେମ୍ବର ୧୪ରୁ ‘ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍ ’ଫେଷ୍ଟିଭାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ୧୪ ତାରିଖରୁ ଏକମାସ ଧରି ଆନ୍ତର୍ଜାତିକସ୍ତର ଉତ୍ସବ ‘ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍’ ଫେଷ୍ଟିଭାଲ ଅନୁଷ୍ଠିତ ହେବ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ କୋଣାର୍କଠାରୁ ୮କିମି ଦୂରରେ ଏହି ଫେଷ୍ଟିଭାଲ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏହି ଫେଷ୍ଟିଭାଲର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ହେବ। ଏହି ଏକମାସର ଫେଷ୍ଟିଭାଲରେ ପର୍ଯ୍ୟଟକଙ୍କ ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, […]

marine-drive-eco-retract-festival-from-february

Manoranjan Sial
  • Published: Saturday, 02 November 2019
  • , Updated: 02 November 2019, 08:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ୧୪ ତାରିଖରୁ ଏକମାସ ଧରି ଆନ୍ତର୍ଜାତିକସ୍ତର ଉତ୍ସବ ‘ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍’ ଫେଷ୍ଟିଭାଲ ଅନୁଷ୍ଠିତ ହେବ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ କୋଣାର୍କଠାରୁ ୮କିମି ଦୂରରେ ଏହି ଫେଷ୍ଟିଭାଲ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏହି ଫେଷ୍ଟିଭାଲର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ହେବ। ଏହି ଏକମାସର ଫେଷ୍ଟିଭାଲରେ ପର୍ଯ୍ୟଟକଙ୍କ ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ଥ୍ରୀ-ଡି ମ୍ୟାପିଙ୍ଗ୍, ଫୁଡ୍ ଫେଷ୍ଟିଭାଲ, ରୋମାଞ୍ଚକର କ୍ରୀଡ଼ା, ଜଳକ୍ରୀଡ଼ା ଭଳି ଆନ୍ତର୍ଜାତିକ ମାନର ବ୍ୟବସ୍ଥା କରାଯିବ। ପର୍ଯ୍ୟଟକଙ୍କ ରହିବା ପାଇଁ ୫୦ଟି କୋଠରୀ ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ କଟେଜ୍ ନିର୍ମାଣ କରାଯିବା ସହ ଜଳ, ବିଦ୍ୟୁତ, ପାର୍କିଂର ବ୍ୟବସ୍ଥା ହେବ। ମେରାଇନ୍ ଡ୍ରାଇଭ ରାସ୍ତାର ଆଲୋକୀକରଣ ସହ ଏହି ପର୍ଯ୍ୟଟନ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଫେଷ୍ଟିଭାଲକୁ ସଫଳ କରିବା ପାଇଁ ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ତା’ର ଶ୍ରେଷ୍ଠ ଉଦ୍ୟମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

Related story