୨୫ରୁ ବିଧାନସଭା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ୩୦ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରାଯିବ। ୨୫ ତାରିଖରେ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗୃହକୁ ସମ୍ବୋଧନ କରିବେ। ଏହାପରେ ୨୬ ତାରିଖରେ ଉପ ବାଚସ୍ପତି ନିର୍ବାଚନ ସଂପର୍କରେ ଘୋଷଣା କରାଯିବ ଏବଂ ପରଦିନ ଉପ ବାଚସ୍ପତି ନିର୍ବାଚନ ହେବ। ଜୁନ୍ ୨୮ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ […]

assembly

Jyoshna Pradhan
  • Published: Monday, 10 June 2019
  • , Updated: 10 June 2019, 02:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ୩୦ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରାଯିବ।

୨୫ ତାରିଖରେ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗୃହକୁ ସମ୍ବୋଧନ କରିବେ। ଏହାପରେ ୨୬ ତାରିଖରେ ଉପ ବାଚସ୍ପତି ନିର୍ବାଚନ ସଂପର୍କରେ ଘୋଷଣା କରାଯିବ ଏବଂ ପରଦିନ ଉପ ବାଚସ୍ପତି ନିର୍ବାଚନ ହେବ।

ଜୁନ୍ ୨୮ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ। ଜୁଲାଇ ୧ ଓ ୨ରେ ବଜେଟ୍‌ ଉପରେ ଆଲୋଚନା ହେବ। ଏହାପରେ ଜୁଲାଇ ୩ରୁ ୧୧ ଯାଏ ବିଧାନସଭା ଛୁଟି ରହିବ। ଜୁଲାଇ ୧୨ରେ ବିଭାନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ।

ସେହିପରି ଅଗଷ୍ଟ ୬ରେ ପ୍ରାଇଭେଟ୍ ମେମ୍ବର ବିଲ୍ ଆସିବ ଓ ୮ ତାରିଖରେ ଏହା ଉପରେ ଆଲୋଚନା ପରେ ବିଧାନସଭା ଅଧିବେଶନ ଶେଷ ହେବ।

Related story