ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀ ଆଉ ଗ୍ରହଣୀୟ ନୁହେଁ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନ ପାରିବାରିକ ରାଜନୀତିକୁ ନେଇ ଚର୍ଚ୍ଚାରେ ଥିଲା। କେଉଁଠି ବାପା-ପୁଅ ତ କେଉଁଠି ଦୁଇ ଭଉଣୀ, ଦୁଇ ଭାଇ, ଦିଅର-ଭାଉଜ ଓ ସ୍ୱାମୀ-ସ୍ତ୍ରୀ ନିର୍ବାଚନକୁ ଓହ୍ଲାଇଥିଲେ। ହେଲେ ଏଥର ଭୋଟର୍ ପାରିବାରିକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ଜଣାଇ ଦେଇଛନ୍ତି, ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀ ଆଉ ଗ୍ରହଣୀୟ ନୁହେଁ। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଡା.ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଧାନସଭା ପ୍ରାର୍ଥୀ ଭାବେ ମଇଦାନକୁ […]

politics

politics

Jitendra Garnayak
  • Published: Friday, 24 May 2019
  • Updated: 24 May 2019, 04:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନ ପାରିବାରିକ ରାଜନୀତିକୁ ନେଇ ଚର୍ଚ୍ଚାରେ ଥିଲା। କେଉଁଠି ବାପା-ପୁଅ ତ କେଉଁଠି ଦୁଇ ଭଉଣୀ, ଦୁଇ ଭାଇ, ଦିଅର-ଭାଉଜ ଓ ସ୍ୱାମୀ-ସ୍ତ୍ରୀ ନିର୍ବାଚନକୁ ଓହ୍ଲାଇଥିଲେ। ହେଲେ ଏଥର ଭୋଟର୍ ପାରିବାରିକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ଜଣାଇ ଦେଇଛନ୍ତି, ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀ ଆଉ ଗ୍ରହଣୀୟ ନୁହେଁ।

ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଡା.ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଧାନସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ଡା. ରାଉତ ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ପୁଅ ସମ୍ବିତ ସେହି ଜିଲ୍ଲାର ପାରାଦୀପ ବିଧାନସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢୁଥିଲେ। ଭୋଟରମାନେ ପୁଅକୁ ଜିତାଇ ଥିବା ବେଳେ ବାପା ଦାମ ରାଉତଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି।

sangitaପାଟଣାଗଡ଼ ରାଜା କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ ମଧ୍ୟ ଭୋଟର କେବଳ ସଙ୍ଗୀତାଙ୍କୁ ଗ୍ରହଣ କରିଛନ୍ତି। ଉଭୟେ ବିଜେପି ଟିକେଟ୍‌ରେ ଲଢୁଥିଲେ। ପାଟଣାଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କନକ ପରାଜୟ ବରଣ କରିଥିବାବେଳେ ବଲାଙ୍ଗିର ଲୋକସଭା ଆସନରୁ ଛିଡ଼ା ହୋଇଥିବା ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓଙ୍କୁ ଭୋଟର ବିଜୟ ମୁକୁଟ ପିନ୍ଧାଇଛନ୍ତି।

kalikeshଅନ୍ୟପକ୍ଷେ ଏହି ରାଜପରିବାରର ଆଉ ଦୁଇଭାଇଙ୍କୁ ଭୋଟର ଗ୍ରହଣ କରିନାହାନ୍ତି। ସେମାନେ ହେଲେ କଳିକେଶ ନାରାୟଣ ସିଂହଦେଓ ଓ ଅର୍କେଶ ନାରାୟଣ ସିଂହଦେଓ। ଦୁଇ ଭାଇ ବିଜେଡି ଟିକେଟ୍‌ରେ ଲଢୁଥିଲେ। କଳିକେଶ ବଲାଙ୍ଗିର ଲୋକସଭା ଆସନ ପାଇଁ ଲଢୁଥିବାବେଳେ ଅର୍କେଶ ବଲାଙ୍ଗିର ବିଧାନସଭାରୁ ପ୍ରାର୍ଥୀ ହୋଇଥିଲେ।

narasinghaବଲାଙ୍ଗିର ବିଧାନସଭା ଆସନରୁ କଂଗ୍ରେସର ହେଭିୱେଟ ନରସିଂହ ମିଶ୍ର ଛିଡା ହୋଇଥିଲେ ଏବଂ ପୁଅ ସମରେନ୍ଦ୍ର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଭୋଟର ନରସିଂହଙ୍କ ପ୍ରାର୍ଥିତ୍ୱକୁ ଗ୍ରହଣ କରିଥିଲେ ହେଁ ପୁଅ ସମରେନ୍ଦ୍ରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି।

କଂଗ୍ରେସର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଉଭୟଙ୍କୁ ଏଥର ଭୋଟର ଗ୍ରହଣ କରିନାହାନ୍ତି। ନିରଞ୍ଜନ ଦୁଇଟି ବିଧାନସଭା ଆସନ- କେନ୍ଦୁଝରର ଘସିପୁରା ଓ ଭଦ୍ରକର ଭଣ୍ଡାରିପୋଖରୀ ଆସନରୁ ଠିଆ ହୋଇଥିଲେ। ପୁଅ ନବଜ୍ୟୋତି ବାଲେଶ୍ୱର ଲୋକସଭା ଆସନରୁ ଠିଆ ହୋଇଥିଲେ। ହେଲେ ଉଭୟ ବାପା-ପୁଅଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି।

କଂଗ୍ରେସର ଅନ୍ୟଜଣେ ହେଭିୱେଟ ଭକ୍ତ ଦାସ ଓ ତାଙ୍କ ପୁଅ ସାଗର ଚରଣ ଦାସ ଯଥାକ୍ରମେ କଳାହାଣ୍ଡି ଲୋକସଭା ଓ ଭବାନୀପାଟଣା ବିଧାନସଭା ଆସନରୁ ଛିଡ଼ା ହୋଇଥିଲେ। ଉଭୟଙ୍କୁ ନିରାଶ କରିଛନ୍ତି ଭୋଟର।

କଂଗ୍ରେସର ଆଉ ଏକ ବାପା-ପୁଅ ଯୋଡ଼ି ସୁନ୍ଦରଗଡ଼ରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ଏଠି ବି ଭୋଟର ଉଭୟଙ୍କୁ ଗ୍ରହଣ କରି ନାହାନ୍ତି। ଜର୍ଜ ତିର୍କି ସୁନ୍ଦରଗଡ଼ ଲୋକସଭା ଆସନରୁ ଛିଡ଼ା ହୋଇଥିବାବେଳେ ତାଙ୍କ ପୁଅ ରୋହିତ ଯୋଶେଫ ତିର୍କି ବୀରମିତ୍ରପୁର ବିଧାନସଭା ଆସନରୁ ଠିଆ ହୋଇଥିଲେ। ଉଭୟ ବାପା-ପୁଅ ସେଠାରୁ ହାରି ଯାଇଛନ୍ତି।

[caption id="attachment_384625" align="aligncenter" width="750"]sunita ସୁନୀତା ବିଶ୍ୱାଳ[/caption]

ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ସୁନୀତା ବିଶ୍ୱାଳ ଓ ଅମିତା ବିଶ୍ୱାଳଙ୍କୁ ମଧ୍ୟ ଭୋଟର ଗ୍ରହଣ କରିନାହାନ୍ତି। ଏଠି ନା ଦଳର ପ୍ରଭାବ କାମ କରିଛି, ନା ପରିବାରର ପ୍ରଭାବ। କାରଣ ରାଜ୍ୟରେ ବିଜେଡି ଯାଦୁ କାମ କରିଥିବାବେଳେ ସୁନୀତାଙ୍କ ପାଖରେ ଫେଲ୍ ମାରିଛି। ବିଜେଡି ଟିକେଟ୍‌ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ଛିଡ଼ା ହୋଇଥିଲେ ମଧ୍ୟ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ସେହିପରି ତାଙ୍କ ଭଉଣୀ ଅମିତା ବିଶ୍ୱାଳ କଂଗ୍ରେସ ଟିକେଟ୍‌ରେ ସୁନ୍ଦରଗଡ଼ ବିଧାନସଭା ଆସନରୁ ଲଢ଼ି ହାରି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story