‘ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଖକୁ ଯାଇଥିଲୁ, କିନ୍ତୁ ସାହାଯ୍ୟ ମିଳିଲାନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ଅଣଦେଖା ଓ ଅବହେଳା ଅଭିଯୋଗ ଆସିଛି। ଓଡ଼ିଶା ହ୍ୱିଲ୍ ଚେୟାର କ୍ରିକେଟ୍ ଟିମ୍‌ର କ୍ୟାପଟେନ ଅଭୟ ଜେନା ଏହି ଅଭିଯୋଗ ଆଣିଛନ୍ତି। ଅଭୟ କହିଛନ୍ତି,“ ରାଜ୍ୟ ସରକାର ଆମକୁ କିଛି ସାହାଯ୍ୟ କରୁ ନାହାନ୍ତି। ଆମେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଖକୁ ସାହାଯ୍ୟ ପାଇଁ ଯାଇଥିଲୁ। ସେ ଆମ ସହ କଥା ହେଲେ। ହେଲେ କିଛି ସାହାଯ୍ୟ ମିଳିଲା […]

caption.jpg000

Tapaswini Nayak
  • Published: Friday, 04 October 2019
  • , Updated: 04 October 2019, 10:25 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ଅଣଦେଖା ଓ ଅବହେଳା ଅଭିଯୋଗ ଆସିଛି। ଓଡ଼ିଶା ହ୍ୱିଲ୍ ଚେୟାର କ୍ରିକେଟ୍ ଟିମ୍‌ର କ୍ୟାପଟେନ ଅଭୟ ଜେନା ଏହି ଅଭିଯୋଗ ଆଣିଛନ୍ତି।

ଅଭୟ କହିଛନ୍ତି,“ ରାଜ୍ୟ ସରକାର ଆମକୁ କିଛି ସାହାଯ୍ୟ କରୁ ନାହାନ୍ତି। ଆମେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଖକୁ ସାହାଯ୍ୟ ପାଇଁ ଯାଇଥିଲୁ। ସେ ଆମ ସହ କଥା ହେଲେ। ହେଲେ କିଛି ସାହାଯ୍ୟ ମିଳିଲା ନାହିଁ। ”

ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ନିଜସ୍ୱ ଉଦ୍ୟମରେ ୧୫ ଜଣିଆ ଟିମ୍ ମଧ୍ୟପ୍ରଦେଶ ଯାଉଥିବା ଟିମ୍‌ କ୍ୟାପଟେନ୍ ଅଭୟ ଜେନା କହିଛନ୍ତି। ଏହି ଘଟଣା ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିନାହିଁ।

Related story