ଆହୁରି ତିନି ଦିନ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନସୁନ୍ ଟ୍ରଫ୍‌ ଲାଇନ୍ ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ଏହା ପ୍ରଭାବରେ ଆଜି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୋଳ ଓ ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ସେହିପରି ଢେଙ୍କାନାଳ, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ, ବଲାଙ୍ଗିର ଓ ଯାଜପୁରରେ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ […]

rain,,,,,,,,,,,,,,,

Tapaswini Nayak
  • Published: Friday, 26 July 2019
  • , Updated: 26 July 2019, 09:02 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନସୁନ୍ ଟ୍ରଫ୍‌ ଲାଇନ୍ ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ଏହା ପ୍ରଭାବରେ ଆଜି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୋଳ ଓ ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ସେହିପରି ଢେଙ୍କାନାଳ, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ, ବଲାଙ୍ଗିର ଓ ଯାଜପୁରରେ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ପୁରୀରେ ୮୭ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୫୧ ମିମି, ଗୋପାଳପୁରରେ ୨୬ ମିମି, ଚାନ୍ଦବାଲିରେ ୩୧ ମିମି  ଓ ଝାରସୁଗୁଡ଼ା ୩୦ ମିମି  ବର୍ଷା ରେକର୍ଡ କରାଯାଇଛି। ଆସନ୍ତାକାଲି ମଧ୍ୟ  କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।”

ସେ ଆହୁରି କହିଛନ୍ତି,“ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ତେବେ ଏହି ଲଘୁଚାପ ନିଅଣ୍ଟିଆ ବର୍ଷା ପରିମାଣକୁ ପୂରଣ କରିବ।”

ସୂଚନାଯୋଗ୍ୟ, ଗତକାଲିଠୁ ଲଗାଣ ବର୍ଷା ଫଳରେ ରାଜଧାନୀର ତଳିଆ ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁ ଉପରକୁ ପାଣି ଜମି ରହିଛି। ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବମିଖାଲ୍, ଭିଏସ୍ଏସ୍ ନଗର, ବରମଣ୍ଡା ଓ ରସୁଲଗଡ଼ରେ ରାସ୍ତା ଉପରେ ପାଣି ଜମି ରହିଛି। ସହରର ତଳିଆ ଅଞ୍ଚଳରେ ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Related story