ଓଡ଼ିଶାରେ ଦୈନିକ ୭ ଦୁଷ୍କର୍ମ, ୫ ହତ୍ୟା: ଶ୍ୱେତପତ୍ରରେ ସାଂଘାତିକ୍‌ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଦିନକୁ ୭ ଦୁଷ୍କର୍ମ, ୫ ଜଣଙ୍କୁ ହତ୍ୟା କରାଯାଇଛି। ୨୦୧୮ ବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଶ୍ୱେତପତ୍ରର ଏହି ତଥ୍ୟ ରାଜ୍ୟର ବିଗିଡ଼ା ଆଇନ୍‌ଶୃଙ୍ଖଳା ସ୍ଥିତିର ଚେହେରାକୁ ସାମ୍ନାକୁ ଆଣିଛି। ଧର୍ତ୍ତବ୍ୟ ଅପରାଧ, ଡକାୟତି, ଲୁଣ୍ଠନ, ଚୋରି ଘଟଣା ବି ଉଦ୍‌ବେଗଜନକ ରହିଛି । ସବୁଠୁ ବଡ଼ କଥା ହେଉଛି, ଏସବୁ ସତ୍ତ୍ୱେ ବି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ଶାନ୍ତିପୂର୍ଣ୍ଣ ଦର୍ଶାଇଛି ଶ୍ୱେତପତ୍ର । ଯାହକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। […]

rape-1.. (1)

rape-1.. (1)

Tapas Behera
  • Published: Sunday, 28 July 2019
  • Updated: 28 July 2019, 10:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଦିନକୁ ୭ ଦୁଷ୍କର୍ମ, ୫ ଜଣଙ୍କୁ ହତ୍ୟା କରାଯାଇଛି। ୨୦୧୮ ବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଶ୍ୱେତପତ୍ରର ଏହି ତଥ୍ୟ ରାଜ୍ୟର ବିଗିଡ଼ା ଆଇନ୍‌ଶୃଙ୍ଖଳା ସ୍ଥିତିର ଚେହେରାକୁ ସାମ୍ନାକୁ ଆଣିଛି। ଧର୍ତ୍ତବ୍ୟ ଅପରାଧ, ଡକାୟତି, ଲୁଣ୍ଠନ, ଚୋରି ଘଟଣା ବି ଉଦ୍‌ବେଗଜନକ ରହିଛି । ସବୁଠୁ ବଡ଼ କଥା ହେଉଛି, ଏସବୁ ସତ୍ତ୍ୱେ ବି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ଶାନ୍ତିପୂର୍ଣ୍ଣ ଦର୍ଶାଇଛି ଶ୍ୱେତପତ୍ର । ଯାହକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ।

ଅନୁଗୁଳରେ ନାବାଳିକାକୁ ଦୁଷ୍କର୍ମ, ଭବାନୀପାଟଣା ଆଶ୍ରୟ ଗୃହରେ କୁନିଝିଅ ସହ କୁକର୍ମ, ସୁନ୍ଦରଗଡ଼ ଜିଲ୍ଲାରେ ନାବାଳିକାକୁ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍ ହୋଇଥିଲା। ଚଳିତ ମାସରେ ଘଟିଥିବା ଏସବୁ ଜଘନ୍ୟକାଣ୍ଡ ସାରା ରାଜ୍ୟରେ ସୃଷ୍ଟି କରିଥିଲା ହଇଚଇ। ଆଉ ୨୦୧୮ ବର୍ଷରେ ଗୃହ ବିଭାଗର ଶ୍ୱେତପତ୍ରରୁ ଆନଶୃଙ୍ଖଳା ସ୍ଥିତି ସଂପର୍କରେ ମିଳିଛି ସାଂଘାତିକ ତଥ୍ୟ। ୨୦୧୮ରେ ୨୫୦୨ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା ବେଳେ ସେଥିରୁ ୨୪୫୯ଟି ମାମଲା ସତ ଜଣାପଡ଼ିଛି।  ମାନେ ଦିନକୁ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି।

ସେହିପରି ଗତବର୍ଷ ୧୩୭୮ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୧୩୧୦ଟି ମାମଲା ସତ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାତ୍ର ୬୪୫ଟି ହତ୍ୟା ମାମଲାରେ ହିଁ ପୁଲିସ ଚାର୍ଜସିଟ୍ ଦାଖଲ କରିପାରିଛି । ସେହିପରି ୨୦୧୮ର ମୋଟ୍  ୧ ଲକ୍ଷ ୭ ହଜାର ୪୦୮ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ କେବଳ ୬୯ ହଜାର ୩୪୧ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ଏହାବାଦ୍ ଗତବର୍ଷ ୫୫୮ଟି ଡକାୟତି , ୨୧ ଶହ ୨୫ଟି ଲୁଣ୍ଠନ, ୩ ହଜାର ୭୧୩ଟି ସିନ୍ଧିଚୋରି, ୯ ହଜାର ୬୯ଟି ଚୋରି, ଓ ୨୧ଶହ ୨୦ଟି ଦଙ୍ଗା ମାମଲା ରୁଜ୍ଜୁ ହୋଇଛି । ଏହାସତ୍ତ୍ୱେ ୨୦୧୮ରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ରାଜ୍ୟ ସରକାର ଦାବି କରିଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ଗ୍ରହଣ ନକରି ସରକାରଙ୍କ ଉପରେ ବର୍ଷିଛନ୍ତି।

ରାଜ୍ୟରେ ଯୌତୁକଜନିତ ମାମଲା ମଧ୍ୟ ଉଦ୍‌ବେଗଜନକ ସ୍ଥିତିରେ ରହିଛି । ୨୦୧୮ରେ ୫୩୦୦ ଯୌତୁକଜନିତ ମାମଲା ରୁଜୁ ହୋଇଥିବା ବେଳେ ଯୌତୁକ ଜନିତ ହତ୍ୟା ମାମଲା ୫୦୧ ଓ ଯୌତୁକଜନିତ ଆତ୍ମହତ୍ୟା ମାମଲା ୯୨ ରୁଜୁ ହୋଇଛି।

ଶ୍ୱେତପତ୍ର ଅନୁଯାୟୀ ୨୦୧୮ରେ ରାଜ୍ୟରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦେଖାଯାଇ ନଥିବାବେଳେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାର କେତେକ ଅଂଚଳରେ ବାମପନ୍ଥୀ ଉଗ୍ରବାଦ ବା ନକ୍ସଲ ହିଂସା ଆହ୍ୱାନ୍‌ ସୃଷ୍ଟି କରିଛି। ସେପଟେ ଆସନ୍ତାକାଲି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story