ଓଡ଼ିଶାରେ ବି କମିଛି ହିନ୍ଦୁ ଜନସଂଖ୍ୟା ବୃଦ୍ଧି ହାର

ଭୁବନେଶ୍ୱର: ୨୦୧୧ ଜନଗଣନାର ଧର୍ମଭିତ୍ତିକ ଜନସଂଖ୍ୟା ରିପୋର୍ଟ ପ୍ରକାଶ ପାଇଛି। ୨୦୦୧ରୁ ୨୦୧୧ ମଧ୍ୟରେ ହିନ୍ଦୁ ଜନସଂଖ୍ୟା ୦.୭ ପ୍ରତିଶତ ହ୍ରାସ ପାଇଛି। ସେହିପରି ଓଡ଼ିଶାରେ ମଧ୍ୟ ଅନ୍ୟ ସଂପ୍ରଦାୟ ତୁଳନାରେ ହିନ୍ଦୁ ଜନସଂଖ୍ୟା ବୃଦ୍ଧି ହାର କମ୍ ରହିଛି। ୨୦୦୧ରୁ ୨୦୧୧- ଏହି ଦଶ ବର୍ଷ ମଧ୍ୟରେ ଓଡ଼ିଶାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ସର୍ବାଧିକ ୨୯.୪ ପ୍ରତିଶତ ବୃଦ୍ଧି ଘଟିଛି। ଶିଖଙ୍କ ସଂଖ୍ୟା ୨୫.୭ ପ୍ରତିଶତ ବଢିଥିବା ବେଳେ ଇସଲାମ ଧର୍ମାଲମ୍ୱୀଙ୍କ ସଂଖ୍ୟା ୧୯.୬ ପ୍ରତିଶତ ବଢିଛି। ତେବେ ହିନ୍ଦୁ […]

odisha

odisha

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 02:34 PM IST

Sports

Latest News

ଭୁବନେଶ୍ୱର: ୨୦୧୧ ଜନଗଣନାର ଧର୍ମଭିତ୍ତିକ ଜନସଂଖ୍ୟା ରିପୋର୍ଟ ପ୍ରକାଶ ପାଇଛି। ୨୦୦୧ରୁ ୨୦୧୧ ମଧ୍ୟରେ ହିନ୍ଦୁ ଜନସଂଖ୍ୟା ୦.୭ ପ୍ରତିଶତ ହ୍ରାସ ପାଇଛି। ସେହିପରି ଓଡ଼ିଶାରେ ମଧ୍ୟ ଅନ୍ୟ ସଂପ୍ରଦାୟ ତୁଳନାରେ ହିନ୍ଦୁ ଜନସଂଖ୍ୟା ବୃଦ୍ଧି ହାର କମ୍ ରହିଛି।

୨୦୦୧ରୁ ୨୦୧୧- ଏହି ଦଶ ବର୍ଷ ମଧ୍ୟରେ ଓଡ଼ିଶାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ସର୍ବାଧିକ ୨୯.୪ ପ୍ରତିଶତ ବୃଦ୍ଧି ଘଟିଛି। ଶିଖଙ୍କ ସଂଖ୍ୟା ୨୫.୭ ପ୍ରତିଶତ ବଢିଥିବା ବେଳେ ଇସଲାମ ଧର୍ମାଲମ୍ୱୀଙ୍କ ସଂଖ୍ୟା ୧୯.୬ ପ୍ରତିଶତ ବଢିଛି। ତେବେ ହିନ୍ଦୁ ଧର୍ମାଲମ୍ୱିଙ୍କ ସଂଖ୍ୟା ସବୁଠୁ କମ୍ ୧୩.୨ ପ୍ରତିଶତ ବୃଦ୍ଧି ହୋଇଛି। ଜାତୀୟ ସ୍ତରରେ ମୁସଲିମ୍ ଜନସଂଖ୍ୟା ସବୁଠୁ ଅଧିକ ବଢିଥିବା ବେଳେ ଓଡ଼ିଶାରେ ଏହା ତୃତୀୟ ସ୍ଥାନରେ ରହିଛି। ଦେଶର ହିନ୍ଦୁ ଜନସଂଖ୍ୟା ଦଶମିକ ୭ ପ୍ରତିଶତ କମିଥିବା ବେଳେ ମୁସଲିମ ଜନସଂଖ୍ୟା ଦଶମିକ ୮ ପ୍ରତିଶତ ବଢିଛି। ସେହିପରି ଶିଖ ଜନସଂଖ୍ୟା ୦.୨ ଓ ବୌଦ୍ଧଙ୍କ ସଂଖ୍ୟା ୦.୧ ପ୍ରତିଶତ ହ୍ରାସ ପାଇଛି।

୨୦୦୧ରେ ଓଡ଼ିଶାରେ ହିନ୍ଦୁଙ୍କ ସଂଖ୍ୟା ୩ କୋଟି ୪୭ ଲକ୍ଷ ଥିଲା ବେଳେ ୨୦୧୧ରେ ଏହା ୩ କୋଟି ୯୩ ଲକ୍ଷକୁ ବୃଦ୍ଧି ପାଇଛି। ସେହିପରି ମୁସଲିମଙ୍କ ସଂଖ୍ୟା ୭ଲକ୍ଷ ୬୧ହଜାରୁ ବଢି ୯ଲକ୍ଷ ୧୧ହଜାର ହୋଇଛି। ଖ୍ରୀଷ୍ଟିଆନ୍ ସଂଖ୍ୟା ୮ଲକ୍ଷ ୯୭ ହଜାରରୁ ବଢି ୧୧ଲକ୍ଷ ୧୬ ହଜାର ହୋଇଥିବା ବେଳେ ଶିଖଙ୍କ ସଂଖ୍ୟା ୧୭ ହଜାର ୪୯୦ରୁ ୨୧ହଜାର ୯୯୦କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story