ଦାଦନ ଖଟାଇବା ପାଇଁ ମାନବ ଚୋରାଚାଲଣରେ ଓଡ଼ିଶା ପ୍ରଥମ, ୨୫୭୩୮ ମହିଳାଙ୍କ ପତ୍ତା ମିଳୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୧ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାର ଭୋଟ୍ ରାଜନୀତି ପାଇଁ ମହିଳାଙ୍କୁ ଆକୃଷ୍ଟ କରିବା ନିମନ୍ତେ ବାହାସ୍ଫୋଟ ମାରୁଥିଲେ ମଧ୍ୟ ରାଜ୍ୟରେ ମହିଳା ଓ ଝିଅଙ୍କ ବିରୁଦ୍ଧରେ ହିଂସା ସ୍ଥିତି ବେଶ୍ ଉଦବେଗଜନକ ରହିଛି। ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ବଢ଼ୁଥିବାବେଳେ କେବଳ ଗତବର୍ଷ ୧୩୪୧୨ଜଣ ଝିଅ ଓ ମହିଳା ନିଖୋଜ ହୋଇଛନ୍ତି। ଆଉ ଏବେବି ୨୫୭୩୮ଜଣ ଝିଅ ଓ ମହିଳାଙ୍କ ସମେତ ମୋଟ ୪୦୩୩୯ଜଣ ଲୋକଙ୍କର କୌଣସି ଖୋଜଖବର […]

labour

labour

Tapas Behera
  • Published: Wednesday, 15 September 2021
  • Updated: 15 September 2021, 10:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୧ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାର ଭୋଟ୍ ରାଜନୀତି ପାଇଁ ମହିଳାଙ୍କୁ ଆକୃଷ୍ଟ କରିବା ନିମନ୍ତେ ବାହାସ୍ଫୋଟ ମାରୁଥିଲେ ମଧ୍ୟ ରାଜ୍ୟରେ ମହିଳା ଓ ଝିଅଙ୍କ ବିରୁଦ୍ଧରେ ହିଂସା ସ୍ଥିତି ବେଶ୍ ଉଦବେଗଜନକ ରହିଛି। ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ବଢ଼ୁଥିବାବେଳେ କେବଳ ଗତବର୍ଷ ୧୩୪୧୨ଜଣ ଝିଅ ଓ ମହିଳା ନିଖୋଜ ହୋଇଛନ୍ତି। ଆଉ ଏବେବି ୨୫୭୩୮ଜଣ ଝିଅ ଓ ମହିଳାଙ୍କ ସମେତ ମୋଟ ୪୦୩୩୯ଜଣ ଲୋକଙ୍କର କୌଣସି ଖୋଜଖବର ପାଇବାରେ ପୁଲିସ ସକ୍ଷମ ହୋଇନି। କେବଳ ସେତିକି ନୁହେଁ ଓଡ଼ିଶାର ସର୍ବାଧିକ ଲୋକଙ୍କୁ ଦାଦନ ଖଟାଇବା ପାଇଁ ମାନବ ଚୋରାଚାଲାଣ କରାଯାଇଥିବା ଜଣାପଡ଼ିଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ‘ଭାରତରେ ଅପରାଧ-୨୦୨୦’ ରିପୋର୍ଟ ଅନୁସାରେ, ଓଡ଼ିଶାରେ ମାନବ ଚୋରାଚାଲାଣ ସ୍ଥିତି ଉଦବେଗଜନକ ରହିଛି। ୨୦୨୦ ମସିହାରେ ସମଗ୍ର ଦେଶରେ ଦାଦନ ଖଟାଇବା ନିମନ୍ତେ ୧୨୪୭ଜଣ ଲୋକଙ୍କୁ ମାନବ ଚୋରାଚାଲାଣର ଶିକାର ହେବାକୁ ପଡ଼ିଥିବାବେଳେ ସେଥିରେ କେବଳ ୬୫୩ଜଣ ହେଉଛନ୍ତି ଓଡ଼ିଶାର । ୨୦୨୦ ମସିହାରେ ରାଜ୍ୟର ୭୬୪ଜଣଙ୍କୁ ମାନବ ଚୋରାଚାଲାଣର ଶିକାର ହେବାକୁ ପଡ଼ିଥିବାବେଳେ ବେଶ୍ୟାବୃତ୍ତି ପାଇଁ ୯ଜଣଙ୍କୁ, ଘରୋଇ କାମ ପାଇଁ ୨ଜଣଙ୍କୁ, ବଳପୂର୍ବକ ବିବାହ ପାଇଁ ୬ଜଣଙ୍କୁ, ଅପରାଧ ନିମନ୍ତେ ଜଣଙ୍କୁ ଓ ଅନ୍ୟାନ୍ୟ କାରଣରୁ ୯୩ଜଣଙ୍କୁ ମାନବ ଚୋରାଚାଲାଣର ଶିକାର ହେବାକୁ ପଡ଼ିଛି । ଅନ୍ୟପକ୍ଷରେ ୨୦୨୦ ମସିହାରେ ମାତ୍ର ୧୮୯ଜଣଙ୍କୁ ମାନବ ଚୋରାଚଲାଣ ଅପରାଧରେ ଗିରଫ କରାଯାଇଥିବାବେଳେ ସେଥିରୁ ୧୨୦ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହୋଇଛି । ଜଣେବି କେହି ଦୋଷୀ ସାବ୍ୟସ୍ତ ହୋଇନଥିବାବେଳେ ୯ଜଣ ନିର୍ଦ୍ଦୋଷରେ ଖଲାସ ହୋଇସାରିଛନ୍ତି ।

ସେହିପରି ଶିଶୁଙ୍କ ବିରୁଦ୍ଧରେ ହିଂସା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଚତୁର୍ଥରେ ରହିଛି । ଗତ ୨୦୧୮ରୁ ୨୦୨୦ ମସିହା ମଧ୍ୟରେ ରାଜ୍ୟର ଶିଶୁଙ୍କ ବିରୁଦ୍ଧରେ ମୋଟ ଅପରାଧ ହାର ୪୩.୯ ପ୍ରତିଶତ ରହିଛି । ୨୦୧୧ ଜନସଂଖ୍ୟା ଅନୁସାରେ ରାଜ୍ୟରେ ୧.୪୪କୋଟି ଶିଶୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୦୧୮ରେ ୫୨୧୭, ୨୦୧୯ରେ ୭୦୧୨ ଓ ୨୦୨୦ରେ ୬୩୩୦ଜଣ ଶିଶୁଙ୍କୁ ହିଂସାର ଶିକାର ହେବାକୁ ପଡ଼ିଛି । ମଧ୍ୟପ୍ରଦେଶରେ ସର୍ବାଧିକ ୫୯.୧, ଛତିଶଗଡ଼ରେ ୫୧.୯ ଓ ହରିଆଣାରେ ୪୭.୬ ପ୍ରତିଶତ ଅପରାଧ ଶିଶୁଙ୍କ ବିରୁଦ୍ଧରେ ହୋଇଥିବାବେଳେ ଓଡ଼ିଶାରେ ଏହି ପରିମାଣ ୪୩.୯ ପ୍ରତିଶତ ରହିଛି ।
ସେହିପରି ରାଜ୍ୟରେ ୧୮ବର୍ଷରୁ କମ୍ ମୋଟ ୬୯୧୨ଜଣ ଶିଶୁ ନିଖୋଜ ଥିବାବେଳେ ସେମାନଙ୍କ ମଧ୍ୟରେ ୫୮୧୫ଜଣ କେବଳ ନାବାଳିକା ଅଛନ୍ତି । ୨୦୨୦ ମସିହାରେ ୨୫୫୬ଜଣ ନାବାଳିକା ଓ ୩୪୩ଜଣ ବାଳକ ନିଖୋଜ ହୋଇଥିବାବେଳେ ପୂର୍ବରୁ ୪୦୧୩ଜଣ ଶିଶୁ ନିଖୋଜ ରହିଥିଲେ । ସେମାନଙ୍କ ମଧ୍ୟରେ ୩୨୫୯ଜଣ କେବଳ ନାବାଳିକା ରହିଛନ୍ତି, ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ଠାବ କରିବାରେ ପୁଲିସ ସକ୍ଷମ ହୋଇନି ।
୨୦୨୦ ମସିହାରେ ୩୬୪୧ଜଣ ଶିଶୁଙ୍କୁ ଠାବ କରାଯାଇଛି ଓ ସେଥିରେ ୩୦୭୨ଜଣ ନାବାଳିକା ଥିଲେ ମଧ୍ୟ ଏବେବି ୨୭୪୩ଜଣ ନାବାଳିକାଙ୍କ ପତ୍ତା ମିଳୁନି ।
କେବଳ ଶିଶୁ ନୁହଁନ୍ତି ୨୦୨୦ ମସିହାରେ ରାଜ୍ୟର ମୋଟ ୧୪୬୯୨ଜଣ ନିଖୋଜ ଥିବାବେଳେ ସେମାନଙ୍କ ମଧ୍ୟରେ ୧୧୮୫୬୭ଜଣ ମହିଳା ଅଛନ୍ତି । ପୂର୍ବରୁ ନିଖୋଜ ଥିବା ଲୋକଙ୍କ ସଂଖ୍ୟା ୨୨୩୭୬ ହୋଇଥିବାବେଳେ ସେଥିରେ ୧୭୪୬୫ଜଣ ମହିଳା ଅଛନ୍ତି । ମୋଟ ନିଖୋଜଙ୍କ ସଂଖ୍ୟା ୩୭୦୬୮ ହୋଇଥିବାବେଳେ ସେଥିରେ ୨୯୧୬୩ଜଣ ମହିଳା ସାମିଲ ଅଛନ୍ତି ।
ରିପୋର୍ଟ ଅନୁସାରେ, ୨୦୨୦ ମସିହା ଶେଷସୁଦ୍ଧା ପୁଲିସ ୬୩୨୬ ମହିଳାଙ୍କୁ ଠାବ କରିଥିଲେ ମଧ୍ୟ ୨୨୯୯୫ଜଣ ମହିଳା ଓ ୨୭୪୩ଜଣ ଝିଅଙ୍କ ପତ୍ତା ଲଗାଇବାରେ ବିଫଳ ହୋଇଥିଲା । ଯେଉଁଥିପାଇଁ ରାଜ୍ୟରେ ମୋଟ ୨୫୭୩୮ଜଣ ମହିଳା ଓ ଝିଅ ନିଖୋଜ ଥିବାବେଳେ ମୋଟ ୪୦୩୩୯ଜଣଙ୍କୁ ଠାବ କରିବାରେ ପୁଲିସ ସକ୍ଷମ ହୋଇନି । ଯେଉଁମାନେ ଦୀର୍ଘଦିନ ଧରି ନିଖୋଜ ଅଛନ୍ତି ଅବା ସେମାନଙ୍କୁ ଠାବ କରିବାରେ ପୁଲିସ ସକ୍ଷମ ହୋଇନି ସେମାନେ ମାନବ ଚୋରାଚାଲାଣର ଶିକାର ହୋଇଥାଇ ପାରନ୍ତି ବୋଲି ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story