ଦିବ୍ୟାଙ୍ଗ ଛାତ୍ରଙ୍କ ପ୍ରଶ୍ନ ବାଣରେ ଅଧିକାରୀ ଘାଇଲା !

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଦିବ୍ୟାଙ୍ଗ ଛାତ୍ରଙ୍କ ପ୍ରଶ୍ନ ବାଣରେ ଅଧିକାରୀ ଘାଇଲା! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵ୍ଲକ ବେହେରାଗୁଡା ସ୍କୁଲରେ ଏହି ଘଟଣା ଘଟିଛି। ଯାହାର ଭିଡ଼ିଓ ଭାଇରାଲ ହୋଇଛି। ଶିକ୍ଷକ ପଦବୀ ଖାଲି ନେଇ ଚାଲିଥିବା ଆନ୍ଦୋଳନର ସମାଧାନ କରିବାକୁ ଆସିଥିବା ଅଧିକାରୀମାନଙ୍କୁ ଦୃଷ୍ଟିବାଧିତ ଛାତ୍ରଟି ପଚାରିଥିବା ପ୍ରଶ୍ନର କିପରି ଉତ୍ତର ଦିଆଯିବ ସେ ନେଇ ଅଧିକାରୀମାନେ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରଟି ପଚାରିଥିଲା ‘ସାର୍, ମୁଁ ଜନ୍ମରୁ ଅନ୍ଧ ବୋଲି […]

student

  • Published: Tuesday, 28 June 2022
  • , Updated: 28 June 2022, 05:41 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଦିବ୍ୟାଙ୍ଗ ଛାତ୍ରଙ୍କ ପ୍ରଶ୍ନ ବାଣରେ ଅଧିକାରୀ ଘାଇଲା! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵ୍ଲକ ବେହେରାଗୁଡା ସ୍କୁଲରେ ଏହି ଘଟଣା ଘଟିଛି। ଯାହାର ଭିଡ଼ିଓ ଭାଇରାଲ ହୋଇଛି। ଶିକ୍ଷକ ପଦବୀ ଖାଲି ନେଇ ଚାଲିଥିବା ଆନ୍ଦୋଳନର ସମାଧାନ କରିବାକୁ ଆସିଥିବା ଅଧିକାରୀମାନଙ୍କୁ ଦୃଷ୍ଟିବାଧିତ ଛାତ୍ରଟି ପଚାରିଥିବା ପ୍ରଶ୍ନର କିପରି ଉତ୍ତର ଦିଆଯିବ ସେ ନେଇ ଅଧିକାରୀମାନେ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ।

ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରଟି ପଚାରିଥିଲା ‘ସାର୍, ମୁଁ ଜନ୍ମରୁ ଅନ୍ଧ ବୋଲି କଣ ବିଇଓ ଅଫିସ୍ ବି ଅନ୍ଧ ! ଆପଣ କୁହନ୍ତୁ ତ ସାର୍। ଆମ ସ୍କୁଲକୁ ମାଷ୍ଟର କାହିଁକି ଦେବେନି ସାର୍। ମୁଁ ଅନ୍ଧ ବୋଲି ବିଇଓ ବି ଅନ୍ଧ, ସରକାର ବି ଅନ୍ଧ, ସବ୍‌କଲେକ୍ଟର ବି ଅନ୍ଧ। ଆପଣ ଟିଏକ କୁହନ୍ତୁ। ସ୍କୁଲରେ ୪୨୫ ପିଲା ପାଠ ପଢ଼ୁଛନ୍ତି। ହେଲେ ମାତ୍ର ୭ଟା ମାଷ୍ଟର ଅଛନ୍ତି। ୩୦ଟା ପିଲାଙ୍କୁ ଗୋଟିଏ ମାଷ୍ଟର ଦରକାର। ଅପଣ ଶୁଣୁଛନ୍ତି ତ ସାର୍।’ ଶୁଣୁଥିବା ସାର୍ କହିଥିଲେ, ତୁମ ସ୍କୁଲକୁ ମାଷ୍ଟର ଦିଆଯିବ। ପିଲାଟି ପୁଣି କହିଥିଲା, ‘ଦିଆଯିବ ବୋଲି ୧୩ରୁ ୧୪ ଦିନ ବିତିଗଲାଣି, ତେବେ ତୁମେ କେବେ ମାଷ୍ଟର ଦେବ ସାର୍‌।’

ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲା ଧର୍ମଗଡ ଵ୍ଲକ ବେହେରାଗୁଡା ସ୍କୁଲରେ ଶିକ୍ଷକ ପଦବୀ ପୂରଣ ଦାବିରେ ଗତ ୧୦ଦିନ ହେବ ଚାଲିଥିବା ସ୍କୁଲ ବନ୍ଦ ଆନ୍ଦୋଳନରେ ପୂର୍ଣ୍ଣଛେଦ ପଡ଼ିଛି। ଗତକାଲି ଅର୍ଥାତ ସୋମବାର ପୁଲିସ ଅଧିକାରୀଙ୍କ ସହ ଧର୍ମଗଡ଼ ବ୍ଲକ ଶିକ୍ଷାଅଧିକାରୀ ସମେତ ଅନେକ ଅଧିକାରୀ ବେହେରାଗୁଡ଼ା ଯାଇ ୨ଜଣ ଶିକ୍ଷକ ନିଯୁକ୍ତି ଦେବାପରେ ସ୍କୁଲରେ ୧୦ ଦିନ ପରେ ସ୍କୁଲ ତାଲା ଫିଟିଛି। ତେବେ ଘଟଣାର ସମାଧାନ ପାଇଁ ଯାଇଥିବା ଅଧିକାରୀମାନଙ୍କୁ ଜଣେ ଦୃଷ୍ଟିବାଧିତ ଛାତ୍ର ପ୍ରଶ୍ନବାଣରେ ଘାଇଲା କରିବା ଅଲୋଚନାର ବିଷୟ ହୋଇଛି।

https://youtu.be/6Q2jeBodruY

ଖରାଛୁଟି ପରେ ଏହି ସ୍କୁଲ ଖୋଲି ନ ଥିଲା। ଏଠାରେ ଚାରିଶହରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବା ଵେଳେ ମାତ୍ର ୨ଜଣ ଶିକ୍ଷକରେ ସ୍କୁଲ ଚାଲୁଥିଲା। ଯାହା ଅସନ୍ତୋଷର ବିଷୟ ହୋଇଥିଲା।

Related story