ଓଜେଏସର ପ୍ରାଥମିକ ପରୀକ୍ଷା ପ୍ରଶ୍ନପତ୍ର ତୃଟି ମାମଲାର ରାୟ ସଂରକ୍ଷିତ

କଟକ: ୨୦୧୫ ଓଡିଶା ଜୁଡିସିଆଲ ସର୍ଭିସ (ଓଜେଏସ)ର ପ୍ରାଥମିକ ପରୀକ୍ଷା ପ୍ରଶ୍ନପତ୍ର ତୃଟି ମାମଲାର ଶୁଣାଣି ଶେଷ ହୋଇଛି। ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କ ଖଣ୍ଡପୀଠ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ଓପିଏସି ପକ୍ଷରୁ ପ୍ରଶ୍ନପତ୍ର ତୃଟି ଅଭିଯୋଗର ଅନୁଧ୍ୟାନ କରୁଥିବା ଏକ୍ସପର୍ଟ କମିଟି ୨୪ ଟି ତୃଟିପୁର୍ଣ୍ଣ ପ୍ରଶ୍ନ ରହିଥିବା ନେଇ ରିପୋର୍ଟ ଦାଖଲ କରିଛି। ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ୭୬ଟି ସଠିକ ପ୍ରଶ୍ନର ମୂଲ୍ୟାୟନ କରାଯାଇ ପ୍ରୋରାଟା […]

Orissa-High-Court

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 12:49 PM IST

କଟକ: ୨୦୧୫ ଓଡିଶା ଜୁଡିସିଆଲ ସର୍ଭିସ (ଓଜେଏସ)ର ପ୍ରାଥମିକ ପରୀକ୍ଷା ପ୍ରଶ୍ନପତ୍ର ତୃଟି ମାମଲାର ଶୁଣାଣି ଶେଷ ହୋଇଛି। ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କ ଖଣ୍ଡପୀଠ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ଓପିଏସି ପକ୍ଷରୁ ପ୍ରଶ୍ନପତ୍ର ତୃଟି ଅଭିଯୋଗର ଅନୁଧ୍ୟାନ କରୁଥିବା ଏକ୍ସପର୍ଟ କମିଟି ୨୪ ଟି ତୃଟିପୁର୍ଣ୍ଣ ପ୍ରଶ୍ନ ରହିଥିବା ନେଇ ରିପୋର୍ଟ ଦାଖଲ କରିଛି। ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ୭୬ଟି ସଠିକ ପ୍ରଶ୍ନର ମୂଲ୍ୟାୟନ କରାଯାଇ ପ୍ରୋରାଟା ଆଧାରରେ ମାର୍କ ଦିଆଯିବାକୁ ଓପିଏସସି ନିଷ୍ପତି ଗ୍ରହଣ କରିଥିବା କଥା ଓପିଏସ୍ସିର ଓକିଲ ହାଇକୋର୍ଟରେ ଦର୍ଶାଇଥିଲେ। ତେବେ ପ୍ରାଥମିକ ପରୀକ୍ଷା ପୁର୍ଣ୍ଣବାର ନ କରିବା ନେଇ ଓପିଏସସି ମତାମତ ଆଜିର ଶୁଣାଣିରେ ଖଣ୍ଡପୀଠରେ ଉପସ୍ଥାପନ କରାଯାଇଥିଲା। ଅନ୍ୟ କେତକ ପରୀକ୍ଷା ଆଗକୁ ଥିବାରୁ ଓଜେଏସ ପ୍ରାଥମିକ ପରୀକ୍ଷା ପୂର୍ନବାର କରାଇବା ସମ୍ୱବ ନୁହେଁ ବୋଲି ଓପିଏସସି ଦର୍ଶାଇଥିଲା। ଅନ୍ୟପଟେ ଓପିଏସସି ୨୪ ଟି ତୃଟିପୁର୍ଣ୍ଣ ପ୍ରଶ୍ନ ରହିଥିବା କଥା କହୁଥିବାବେଳେ ଆବେଦନକାରୀ ୩୩ଟି ପ୍ରଶ୍ନରେ ତୃଟି ରହିଥିବା ନେଇ କୋଟଙ୍କୁ ଅବଗତ କରାଇଥିଲେ। ଆବେଦନକାରୀ କଲ୍ୟାଣୀ ପାଣିଗ୍ରାହୀଙ୍କ ଅଭିଯୋଗ ଅନୁଯାଇ ଉତ୍ତର ଖାତା ପୁନଃ ପ୍ରକାଶ କରିବାକୁ ଓପିଏସସି ନିଜର ସହମତି ପ୍ରକାଶ କରିଛି।

Related story