ବରକୁ ୬୩, କନିଆଁକୁ ୬୭; ଜଗନ୍ନାଥ ମନ୍ଦିରରେ ପଡ଼ିଲା ବରଣମାଳ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ବରକୁ ୬୩, କନିଆଁକୁ ୬୭। ନାତି ନାତୁଣୀ ଖେଳାଇବା ବୟସରେ ଉଭୟ ପରସ୍ପର ପ୍ରେମରେ ପଡ଼ିଛନ୍ତି। ତାହା ପୁଣି ବିଲରେ ଧାନ କାଟୁ କାଟୁ। ପ୍ରେମରେ ପଡ଼ିବା ପରେ ଅପବାଦ ନମୁଣ୍ଡାଇ ଏହି ପ୍ରେମ ପକ୍ଷୀ ବିବାହ କରିଛନ୍ତି। ଏପରି ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ମହାକାଳପଡ଼ା ଗଗୁଆ ପଞ୍ଚାୟତ ଗୁଳୁଦିଆ ଗାଁର ଶକ୍ତି ପ୍ରସାଦ ମିସ୍ତ୍ରୀ। ବୟସ ୬୩। ପାଟି ଫାଙ୍ଗୁଳା ହୋଇଗଲାଣି। ଦୁଇ ପୁଅ […]

Pattamundai

  • Published: Tuesday, 06 December 2022
  • , Updated: 06 December 2022, 09:26 PM IST

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ବରକୁ ୬୩, କନିଆଁକୁ ୬୭। ନାତି ନାତୁଣୀ ଖେଳାଇବା ବୟସରେ ଉଭୟ ପରସ୍ପର ପ୍ରେମରେ ପଡ଼ିଛନ୍ତି। ତାହା ପୁଣି ବିଲରେ ଧାନ କାଟୁ କାଟୁ। ପ୍ରେମରେ ପଡ଼ିବା ପରେ ଅପବାଦ ନମୁଣ୍ଡାଇ ଏହି ପ୍ରେମ ପକ୍ଷୀ ବିବାହ କରିଛନ୍ତି। ଏପରି ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।

ମହାକାଳପଡ଼ା ଗଗୁଆ ପଞ୍ଚାୟତ ଗୁଳୁଦିଆ ଗାଁର ଶକ୍ତି ପ୍ରସାଦ ମିସ୍ତ୍ରୀ। ବୟସ ୬୩। ପାଟି ଫାଙ୍ଗୁଳା ହୋଇଗଲାଣି। ଦୁଇ ପୁଅ ଓ ଗୋଟିଏ ଝିଅର ବାପା ହେଉଛନ୍ତି ଶକ୍ତି ପ୍ରସାଦ। ପୁଅ ଓ ଝିଅଙ୍କ ବାହାଘର ହୋଇଯାଇଛି। ନାତି ନାତୁଣୀ ଖେଳାଇବା ବୟସରେ ଶକ୍ତିଙ୍କ ହାତ ଛାଡ଼ି ଦେଲେ ସାତ ଜନମର ଜୀବନ ସାଥୀ।

୬ ବର୍ଷ ତଳେ ପତ୍ନୀଙ୍କୁ ହରାଇବା ପରେ ଭାଙ୍ଗି ପଡ଼ିଥିଲେ ଶକ୍ତି। ଏପରି ଦୁଃଖଦ ସମୟରେ ପୁଅ, ବୋହୂ, ଝିଅ ଓ ଜ୍ୱାଇଁ କେହି ସମବେଦନା ଜଣାଇଲେ ନାହିଁ। ତାଙ୍କ ଦେହପା କଥା ବୁଝିଲେ ନାହିଁ। ଯେଉଁଥିପାଇଁ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ ଶକ୍ତି। କାମଦାମ କରି ଚଳୁଥିବା ଶକ୍ତିଙ୍କ ଜୀବନ ଯନ୍ତ୍ରଣାଦାୟକ ହୋଇପଡ଼ିଥିଲା। ସେଥିପାଇଁ ସେ ଜୀବନସାଥୀ ଖୋଜିବାରେ ଲାଗି ପଡ଼ିଥିଲେ।

ଶକ୍ତିଙ୍କ ପରି ସମ ଦଶା ଭୋଗୁଥିଲେ ଭଜେଶ୍ୱରୀ। ବୟସ ୬୭ ହେବ। ଦୁଇ ପୁଅ, ଝିଅ ଓ ସ୍ୱାମୀଙ୍କୁ ନେଇ ପୂରା ସଂସାର। ପୁଅ ଓ ଝିଅଙ୍କ ବାହାଘର ମଧ୍ୟ ହୋଇଯାଇଛି। ମୁଣ୍ଡକୁ ହାତ ପାଇଗଲା ପରେ ପୁଅ, ବୋହୂ, ଝିଅ ଓ ଜ୍ୱାଇଁ କେହି ବୁଢ଼ା ବାପା-ମାଆଙ୍କୁ ପଚାରିଲେ ନାହିଁ। ଦେଢ଼ ବର୍ଷ ତଳେ ଭଜେଶ୍ୱରୀ ତାଙ୍କ ସିନ୍ଦୂର ହରାଇ ଥିଲେ। ସ୍ୱାମୀଙ୍କ ଦେହାନ୍ତ ପରେ ଭଜେଶ୍ୱରୀଙ୍କୁ ପଚାରିଲେ ନାହିଁ ପରିବାର। ସମ୍ପୂର୍ଣ୍ଣ ଏକଲା ହୋଇଯାଇଥିଲେ।

ଭଜେଶ୍ୱରୀ ସାହାରା ଖୋଜି ବୁଲୁଥିବା ବେଳେ ଶକ୍ତିଙ୍କ ସହିତ ଦେଖା ହୋଇଥିଲା। ଉଭୟ ବିଲରେ ଧାନ କାଟୁଥିବା ବେଳେ ପରସ୍ପର ପ୍ରେମରେ ପଡ଼ିଗଲେ। ମନର ମିଳନ ହେଲା। ଆଉ ବାହା ହେବା ପାଇଁ ନିଷ୍ପତ୍ତି ନେଲେ। ଏହି ଖବର ପ୍ରଚାରିତ ହେବା ପରେ ଭଜେଶ୍ୱରୀ ଓ ଶକ୍ତିଙ୍କ ପୁଅ, ବୋହୂ ଓ ଝିଅମାନେ ପ୍ରତିବନ୍ଧକ ସାଜିଥିଲେ। ହେଲେ କାହା କଥା ଶୁଣିଲେ ନାହିଁ ଏହି ପ୍ରେମପକ୍ଷୀ। ସୋମବାର ମହାକାଳପଡ଼ାର କାକଟପୁର ଜଗନ୍ନାଥ ମନ୍ଦିରରେ ଉଭୟ ବିବାହ କରିଥିଲେ। ମନ୍ଦିରରେ ଉଭୟ ବରଣାମାଳା ପିନ୍ଧାଇ ବିବାହ କରିଛନ୍ତି।

Related story