ମହାପ୍ରଭୁଙ୍କୁ ଦର୍ଶନ ସାରି କଳ୍ପବଟ ମୂଳେ ମୂର୍ଚ୍ଛାଗଲେ, ଡାକ୍ତରଖାନା ଯିବା ବାଟରେ ଉଡ଼ିଗଲା ପ୍ରାଣବାୟୁ

ପୁରୀ (ପ୍ରଦୀପ ମହାନ୍ତି): କୋଟିପୂଣ୍ୟ ପ୍ରାପ୍ତି ପାଇଁ ଶ୍ରୀକ୍ଷେତ୍ର ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ ବି କଲେ। ଜନଗହଳି ଭିତରେ କାଳିଆ ଠାକୁରଙ୍କୁ ଭକ୍ତି ଅର୍ପଣ କରି କଳ୍ପବଟ ମୂଳରେ ବସିଥିଲେ। ହଠାତ୍‌ ମୂର୍ଚ୍ଛା ହୋଇଗଲେ। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ବାଟରେ ଉଡିଯାଇଥିଲା ପ୍ରାଣବାୟୁ। ପୁରୀ ଆସିବା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ଅଜୟ କୁମାର ଦାସ(୭୫) କେବେବି ଭାବିନଥିବେ ଶ୍ରୀକ୍ଷେତ୍ରରୁ ସେ ଏମିତି ଚାଲିଯିବେ ବୈକୁଣ୍ଠପୁର। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ କେନ୍ଦ୍ରାପଡ଼ାର […]

deadbody

Rakesh Mallick
  • Published: Tuesday, 08 May 2018
  • , Updated: 08 May 2018, 04:17 PM IST

ପୁରୀ (ପ୍ରଦୀପ ମହାନ୍ତି): କୋଟିପୂଣ୍ୟ ପ୍ରାପ୍ତି ପାଇଁ ଶ୍ରୀକ୍ଷେତ୍ର ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ ବି କଲେ। ଜନଗହଳି ଭିତରେ କାଳିଆ ଠାକୁରଙ୍କୁ ଭକ୍ତି ଅର୍ପଣ କରି କଳ୍ପବଟ ମୂଳରେ ବସିଥିଲେ। ହଠାତ୍‌ ମୂର୍ଚ୍ଛା ହୋଇଗଲେ। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ବାଟରେ ଉଡିଯାଇଥିଲା ପ୍ରାଣବାୟୁ। ପୁରୀ ଆସିବା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ଅଜୟ କୁମାର ଦାସ(୭୫) କେବେବି ଭାବିନଥିବେ ଶ୍ରୀକ୍ଷେତ୍ରରୁ ସେ ଏମିତି ଚାଲିଯିବେ ବୈକୁଣ୍ଠପୁର।

ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ କେନ୍ଦ୍ରାପଡ଼ାର ଅଜୟ ସପରିବାରେ ପୁରୀ ଆସିଥିଲେ। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରି କଳ୍ପବଟ ମୂଳରେ ବିଶ୍ରାମ ନେଉଥିଲେ। ପାଖରେ ଥିଲେ ପରିବାର ପରିଜନ। ଏହି ସମୟରେ ହଠାତ୍‌ ଅଜୟ ଚେତା ହରାଇ ପଡ଼ିଗଲେ। ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଉତ୍ତରଦ୍ୱାର ଦେଇ ଆମ୍ୱୁଲାନ୍ସରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିଲେ। ହେଲେ ମେଡ଼ିକାଲ ପହଞ୍ଚିବା ପୂର୍ବରୁ ଅଜୟଙ୍କୁ ବୈକୁଣ୍ଠପ୍ରାପ୍ତି ହେଲା। ରାସ୍ତାରେ ହିଁ ଜୀବନ ଚାଲିଗଲା। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।

Related story