ଭତ୍ତା ଟଙ୍କା ପାଇଁ ଆସି ପଞ୍ଚାୟତ ଅଫିସ୍‌ରେ ଟଳି ପଡ଼ିଲେ

ଜଳେଶ୍ୱର (ଅଜିତ କୁମାର ଦାସ):  ଭତ୍ତା ଟଙ୍କା ପାଇଁ ପଞ୍ଚାୟତ ଅଫିସ୍‌କୁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଦାମକୁଣ୍ଡା ପଞ୍ଚାୟତରେ। ମୃତକ ହେଲେ ମକର ମେହୁରୀ। ତାଙ୍କ ଘର କେନ୍ଦୁଆଡ଼ ଗାଁରେ। ଦାମକୁଣ୍ଡା ପଞ୍ଚାୟତରେ ଆଜି ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଥିଲା। ମକର ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଚାୟତ ଅଫିସ୍‌କୁ ଆସିଥିଲେ। ସେଠାରେ ତାଙ୍କର ମୁଣ୍ଡ ବୁଲାଇ ଦେବାରୁ ସେ ତଳେ ପଡ଼ି ଯାଇଥିଲେ। […]

balasore00

Tapaswini Nayak
  • Published: Sunday, 15 December 2019
  • , Updated: 15 December 2019, 01:44 PM IST

ଜଳେଶ୍ୱର (ଅଜିତ କୁମାର ଦାସ):  ଭତ୍ତା ଟଙ୍କା ପାଇଁ ପଞ୍ଚାୟତ ଅଫିସ୍‌କୁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଦାମକୁଣ୍ଡା ପଞ୍ଚାୟତରେ। ମୃତକ ହେଲେ ମକର ମେହୁରୀ। ତାଙ୍କ ଘର କେନ୍ଦୁଆଡ଼ ଗାଁରେ।

ଦାମକୁଣ୍ଡା ପଞ୍ଚାୟତରେ ଆଜି ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଥିଲା। ମକର ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଚାୟତ ଅଫିସ୍‌କୁ ଆସିଥିଲେ। ସେଠାରେ ତାଙ୍କର ମୁଣ୍ଡ ବୁଲାଇ ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ଲୋକମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Related story