ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଭିନ୍ନକ୍ଷମ ବୃଦ୍ଧଙ୍କୁ କାର୍ ଧକ୍କା ଦେଇଛି। ଦୁର୍ଘଟଣାରେ ଭିନ୍ନକ୍ଷମ ବୃଦ୍ଧ ପ୍ରମୋଦ ନାଗ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ଚଟିଆପାଲି ଗାଁରେ ବୋଲି ଜଣାଯାଇଛି। ପ୍ରମୋଦଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି।
କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି। ଏଥିରେ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଛନ୍ତି। ଦୁର୍ଘଟଣା ଘଟାଇଥିବା କାର୍ରେ କଂଗ୍ରେସ କର୍ମୀଙ୍କ ପତାକା ଲାଗିଥିବାରୁ ଏହି ଗାଡ଼ିଟି କୌଣସି କଂଗ୍ରେମ କର୍ମୀଙ୍କ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
ଗତ ୧୨ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଅନୁଦାନ କାଟୁଥିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପରେ ବର୍ଷିଥିଲେ କଣ୍ଟାବାଜିଂ ବିଧାୟକ ସନ୍ତୋଷ ସାଲୁଜା। ଏହି ଘଟଣାକୁ ନେଇ ବିଧାୟକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଦୁଇ ସନ୍ତାନ ପାଇଁ ଗଲା ସମବାୟ ସଭାପତି ପଦ
ଦୁଇରୁ ଅଧିକ ପିଲା ଥିବାରୁ ବାପୁଜୀ ନଗର କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ତାଙ୍କର ଦୁଇ ପିଲା ଥିବାନେଇ ଓଡ଼ିଶା ରିପୋର୍ଟରରେ ଗତ ବର୍ଷ ପ୍ରମାଣ ସହ ବାଜିଥିଲା ଖବର।
Politics
ବିଧାୟକଙ୍କୁ ପିଟି ଛଡ଼ାଇନେଲେ ସୁନା ଚେନ୍
ଆକ୍ରମଣକାରୀମାନେ ବବି ଭାଇ ଜିନ୍ଦାବାଦ୍ ନାରା ପକାଇଥିବା ଅଭିଯୋଗ କରିଛନ୍ତି ବିଧାୟକ।
Crime
ଜାରିଂ ଗଣଦୁଷ୍କର୍ମ ମାମଲା: ଲିଫ୍ଟ ବାହାନାରେ ଧୋକା ଦେଇଥିଲେ ପରିଚିତ ବ୍ୟକ୍ତି, ୬ ଜଣଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ
ଭିଡିଓ ଭାଇରାଲ କରିବା ଅଭିଯୋଗରେ ଯେଉଁ ୩ ଜଣ ଗିରଫ ହୋଇଥିଲେ, କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
Miscellaneous
‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ୨୪ରେ ଆସିବ କେନ୍ଦ୍ରୀୟ ଟିମ୍
କେନ୍ଦ୍ରୀୟ ଟିମ୍ ଫେରିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଟିମ୍ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ସହାୟତା ରାଶି ଆସିବ।
Education
ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି
ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି।