ମୃତ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ଧରିଲେ ସିଏଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରିବ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ଆଳରେ ଅର୍ଥ ଆତ୍ମସାତ କରାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପରୀକ୍ଷାମୂଳକ ଭାବେ ୯ଟି ପଂଚାୟତ ସମିତିରେ ମଧୁବାବୁ ପେନସନ ଯୋଜନାର ଅଡିଟ୍ କରି ୭୨ଟି ଗାଁର ୧୫୦ଜଣ ମୃତ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତାକୁ ଆତ୍ମସାତ୍ କରାଯାଇଥିବା ଜାଣିବାକୁ ପାଇଥିଲେ। ତେବେ ଏନେଇ ୨୦୧୮ ଜୁନ୍ ଓ ସେପ୍ଟେମ୍ବର  ମାସରେ ପଂଚାୟତିରାଜ ସଚିବଙ୍କୁ ଜବାବ ମଗାଯାଇଥିଲେ ମଧ୍ୟ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନଥିବା […]

pensioner-pti000000000000000000

pensioner-pti000000000000000000

Tapas Behera
  • Published: Tuesday, 06 October 2020
  • Updated: 06 October 2020, 09:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରିବ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ଆଳରେ ଅର୍ଥ ଆତ୍ମସାତ କରାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପରୀକ୍ଷାମୂଳକ ଭାବେ ୯ଟି ପଂଚାୟତ ସମିତିରେ ମଧୁବାବୁ ପେନସନ ଯୋଜନାର ଅଡିଟ୍ କରି ୭୨ଟି ଗାଁର ୧୫୦ଜଣ ମୃତ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତାକୁ ଆତ୍ମସାତ୍ କରାଯାଇଥିବା ଜାଣିବାକୁ ପାଇଥିଲେ। ତେବେ ଏନେଇ ୨୦୧୮ ଜୁନ୍ ଓ ସେପ୍ଟେମ୍ବର  ମାସରେ ପଂଚାୟତିରାଜ ସଚିବଙ୍କୁ ଜବାବ ମଗାଯାଇଥିଲେ ମଧ୍ୟ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
ସିଏଜି କହିଛନ୍ତି ଯେ, ମଧୁବାବୁ ପେନସନ ଯୋଜନାର ନିୟମ ଅନୁସାରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ପଂଚାୟତ ସମିତିର ନିର୍ବାହୀ ଅଧିକାରୀ କିମ୍ବା ସମ୍ପ୍ରସାରଣ ଅଧିକାରୀ ତୁରନ୍ତ ବିଡିଓ ଓ ଉପଜିଲ୍ଲାପାଳଙ୍କୁ ଅବଗତ କରିବେ।

ସମ୍ପୃକ୍ତ ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରବର୍ତ୍ତୀ ବଣ୍ଟନ ତାରିଖଠୁ ତାଙ୍କର ପେନସନ ବିତରଣ ବନ୍ଦ ରହିବ। ତେବେ ଭଦ୍ରକ, ବୋଲଗଡ଼, ଚିଲିକା, କୁଆଁରମୁଣ୍ଡା, କୁଜଙ୍ଗ, ସୁନ୍ଦରଗଡ଼ର ନୂଆଗାଁ, ଓଡ଼ଗାଁ, ପାଟଣାଗଡ଼ ଓ ସାନଖେମୁଣ୍ଡି ବ୍ଲକର ୧୯ଟି ପଚାଂୟତର ୧୫୪୯୭ଜଣ ହିତାଧିକାରୀଙ୍କ ରେକର୍ଡକୁ ଯାଂଚବେଳେ ୭୨ଟି ଗାଁର ୧୫୦ଜଣ ମୃତ ହିତାଧିକାରୀଙ୍କ ଭତ୍ତା ବାବଦ ୨.୭୯ଲକ୍ଷ ଟଙ୍କାକୁ ଆତ୍ମସାତ କରାଯାଇଥିବା ଜଣାପଡ଼ିଛି। ହିତାଧିକାରୀମାନଙ୍କ ମୃତ୍ୟୁ ପରେ ବି ବିତରଣ ଅଧିକାରୀମାନେ ବିତରଣ ପୁସ୍ତିକାରେ ଅନ୍ୟ ଲୋକଙ୍କର ମିଛ ଆଙ୍ଗୁଳି ଛାପ ନେଇ ଏହି ଭତ୍ତା ବଣ୍ଟନ କରିଥିଲେ।

ହିତାଧିକାରୀମାନେ ବାର୍ଷିକ ସତ୍ୟପାଠ ନଦେବା ଓ ବିଡିଓମାନଙ୍କର ବିତରଣ ଅଧିକାରୀମାନଙ୍କ ଉପରେ ନିୟନ୍ତ୍ରଣ ନଥିବାରୁ ଏହି ଆତ୍ମସାତ ହୋଇଛି। କର୍ତ୍ତବ୍ୟ ସମ୍ପାଦନରେ ଅବହେଳା ଯୋଗୁ ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସିଏଜି ତାଙ୍କ ସୁପାରିସରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story