ସମୁଦ୍ରକୁ ଛଡ଼ାଗଲା ୫୪୨ଟି ଅଲିଭ୍ ରିଡଲେ ଶାବକ

<p>ପୁରୀ(ଓଡ଼ିଶା ରିପୋର୍ଟର): ଦେଢ଼ ମାସ ପରେ ସମୁଦ୍ରରେ ଛଡ଼ାଗଲା ଅଲିଭ ରିଡଲେ ଶାବକ। ୫୪୨ଟି ଅଲିଭ୍ ରିଡଲେ କଇଁଛ ଛୁଆଙ୍କୁ ସମୁଦ୍ରକୁ ଛାଡ଼ିଛନ୍ତି ବନ ବିଭାଗ କର୍ମଚାରୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ପ୍ରଜଜନ କେନ୍ଦ୍ରରେ ଚଳିତବର୍ଷର ରେକର୍ଡ ସଂଖ୍ୟକ ଅଣ୍ଡା ସୁରକ୍ଷିତ ରଖା ଯାଇଛି। ଏହାସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଲିଭ ରିଡଲେଙ୍କ ମୃତ୍ୟୁ ହାର ହ୍ରାସ ପାଇଛି। ଦେବୀ ନଦୀ ମୁହାଣରେ ୬୫୦ କଇଁଛଙ୍କ ବସା ଠାବ ହୋଇଥିବା ବେଳେ କୋଣାର୍କ ଉପକୂଳରେ ୫୩୦ଟି ବସାକୁ ଠାବ କରାଯାଇଛି। ଏହି ଦୁଇ ଅଞ୍ଚଳରୁ ୬୨ ହଜାର ୯୭୮ଟି ଅଣ୍ଡାକୁ ବନ ବିଭାଗ ପକ୍ଷରୁ ସୁରକ୍ଷିତ ଭାବେ ରଖାଯାଇଛି। ଜୀବ ଜନ୍ତୁଙ୍କ କବଳରୁ କଇଁଛଙ୍କ ଅଣ୍ଡାକୁ ସୁରକ୍ଷିତ ଭାବେ ରଖିବା ପରେ ନିର୍ଦ୍ଧିଷ୍ଟ ତାପମାତ୍ରାରେ ପ୍ରଜଜନ କରାଇଥାନ୍ତି ବନ ବିଭାଗ କର୍ମଚାରୀ।</p>

Ordigital Desk
  • Published: Monday, 26 March 2018
  • Updated: 26 March 2018, 12:38 PM IST

Sports

Latest News

<p>ପୁରୀ(ଓଡ଼ିଶା ରିପୋର୍ଟର): ଦେଢ଼ ମାସ ପରେ ସମୁଦ୍ରରେ ଛଡ଼ାଗଲା ଅଲିଭ ରିଡଲେ ଶାବକ। ୫୪୨ଟି ଅଲିଭ୍ ରିଡଲେ କଇଁଛ ଛୁଆଙ୍କୁ ସମୁଦ୍ରକୁ ଛାଡ଼ିଛନ୍ତି ବନ ବିଭାଗ କର୍ମଚାରୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ପ୍ରଜଜନ କେନ୍ଦ୍ରରେ ଚଳିତବର୍ଷର ରେକର୍ଡ ସଂଖ୍ୟକ ଅଣ୍ଡା ସୁରକ୍ଷିତ ରଖା ଯାଇଛି। ଏହାସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଲିଭ ରିଡଲେଙ୍କ ମୃତ୍ୟୁ ହାର ହ୍ରାସ ପାଇଛି। ଦେବୀ ନଦୀ ମୁହାଣରେ ୬୫୦ କଇଁଛଙ୍କ ବସା ଠାବ ହୋଇଥିବା ବେଳେ କୋଣାର୍କ ଉପକୂଳରେ ୫୩୦ଟି ବସାକୁ ଠାବ କରାଯାଇଛି। ଏହି ଦୁଇ ଅଞ୍ଚଳରୁ ୬୨ ହଜାର ୯୭୮ଟି ଅଣ୍ଡାକୁ ବନ ବିଭାଗ ପକ୍ଷରୁ ସୁରକ୍ଷିତ ଭାବେ ରଖାଯାଇଛି। ଜୀବ ଜନ୍ତୁଙ୍କ କବଳରୁ କଇଁଛଙ୍କ ଅଣ୍ଡାକୁ ସୁରକ୍ଷିତ ଭାବେ ରଖିବା ପରେ ନିର୍ଦ୍ଧିଷ୍ଟ ତାପମାତ୍ରାରେ ପ୍ରଜଜନ କରାଇଥାନ୍ତି ବନ ବିଭାଗ କର୍ମଚାରୀ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos