ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ୁଛି ଦୁଇ ଭଉଣୀଙ୍କ କଳି। ସମଲିଙ୍ଗୀ ସମ୍ପର୍କକୁ ନେଇ ଦୁଇ ଆଥଲେଟ ଭଉଣୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଆହୁରୀ ତୀବ୍ର ହୋଇଛି।  ଗତକାଲି  ନିଜ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ବିରୋଧରେ ସମଲିଙ୍ଗୀ ସମ୍ପର୍କ ଅଭିଯୋଗ ଆଣିଥିବା ଦୂତୀ ପୁଣି ଆଜି ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କହିଛନ୍ତି ମୋ ବଡ଼ଭାଇ ପ୍ରେମ ବିବାହ କରିଥିବାରୁ ସେ ବି ମୋଭଳି ଦଶା ଭୋଗୁଛନ୍ତି। ପ୍ରେମ ବିବାହ କରିଥିବାରୁ ଭଉଣୀଙ୍କ ବିରୋଧରେ ଶିକାର ହୋଇଛନ୍ତି ବଡ଼ଭାଇ।  ଏନେଇ ଦୂତୀ ଏକ ନିଜ ଫେସବୁକ୍‌ରେ କିଛି ଫଟୋ ସହ ଏକ ଲେଖା ପୋଷ୍ଟ କରିଛନ୍ତି।

ସେଥିରେ ସେ ଲେଖିଛନ୍ତି ଯେ, ଏ ଯୋଉ ଫୋଟ ଦେଖୁଛନ୍ତି। ସେ ହେଉଛନ୍ତି ମୋ ନିଜ ରକ୍ତର ବଡ ଭାଇ ରବିନ୍ଦ୍ର ଚାଦ୍ । ଯିଏ କି ୨୦୦୯ ମସିହାରେ ପ୍ରେମ ବିବାହ କରିଥିଲେ। ଯାହା ମୋ ବଡ ଦିଦି ସରସ୍ଵତୀ ଚାନ୍ଦଙ୍କୁ ପସନ୍ଦ ନ ଥିଲା । ଯାହା ଦ୍ୱାର ମୋ ବଡ ଦିଦି ତାକୁ ଘରେ ପୂରାଇ ଦେଲା ନାହିଁ। ଅନେକ ମାଡ ଗାଳି ଦେଇ ତାଙ୍କୁ ଘରୁ ବିଦା କରିଦେଲେ। ମୋ ମାଆ ଯେତେ ଚେଷ୍ଟା କଲେବି ମୋ ବଡ ଦିଦି ସରସ୍ଵତୀ ଚାନ୍ଦଙ୍କ ଧମକ ଭୟରେ ଭାଇକୁ ଘରେ ରଖିପାରିଲା ନାହିଁ। ଶେଷରେ ମୋ ଭାଇ ଘର ଛାଡି ବାହାରେ ପଡି ରହିଛି । ଦୀର୍ଘ ୧୨ ବର୍ଷ ବାହାରେ ରହିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ମୋ ଭାଇ ଘରକୁ ଫେରିପାରିଲେ ନାହିଁ। ସତରେ କଣ ପ୍ରେମ ଟା ଏତେ ଖରାପ ପ୍ରେମ ବିବାହ କରିବାଟା କଣ ପାପ? ସେମିତି ମୋ ପ୍ରେମ ସମ୍ପର୍କ କୁ ନେଇ ମୋ ବଡ ଦିଦି ସରସ୍ଵତୀ ଚାନ୍ଦ ମଧ୍ୟ ବିରୋଧ କରୁଛନ୍ତି। ମୋତେ ଘରକୁ ଯିବାକୁ ଦେଉନାହାନ୍ତି । ମୋ ବାପା ମାଆଙ୍କ ସହିତ କଥାବାର୍ତ୍ତା ମଧ୍ୟ କରାଇ ଦେଉନାହଁନ୍ତି।
ମୋ ବାପା ମାଆଙ୍କୁ ଧମକ ଚମକ ଦେଇ ଡରେଇକି ରଖିଛନ୍ତି। ଏଥିରେ ମୋ ମାଆର କିଛିବି ଦୋଷ ନାହିଁ। ମୋ ଦିଦିଙ୍କ ଡରରେ ସେମାନେ ଯାହା ସବୁ କରୁଛନ୍ତି ବା କହୁଛନ୍ତି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ମୋ ହିଟଲର ଦିଦିଙ୍କ ଠାରୁ ଆମକୁ ରକ୍ଷା କରନ୍ତୁ।

ସୂଚନା ଅନୁଯାୟୀ, ଗତକାଲି ଦୂତୀ ନିଜ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ନାମରେ ଆଣିଥିଲେ ସମଲିଙ୍ଗୀ ଅଭିଯୋଗ। କହିଥିଲେ ଯିଏ ମୋ ସମ୍ପର୍କକୁ ନେଇ ବିରୋଧ କରୁଥିଲେ ଏବେ ସିଏ ନିଜେ ସେଇ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି। ଏହାର ପ୍ରମାଣ ମଧ୍ୟ ମୋ ପାଖରେ ଅଛି। ଯାହାକୁ ନେଇ ଘଟଣା ବେଶ ଚର୍ଚ୍ଚାରେ ଅଛି।

 

ଆହୁରି ପଢ଼ନ୍ତୁ

ଭାଇରାଲ ଅଡିଓ ମାମଲାରେ ୨ ଜଣଙ୍କୁ ଉଠାଇନେଲା ପୁଲିସ

କୋଭିଡ୍ ଦୁର୍ନୀତି ନେଇ ସରକାରଙ୍କୁ ୪ଟି ପ୍ରଶ୍ନ ପଚାରିଲେ ଅପରାଜିତା, କଣ ପଢ଼ନ୍ତୁ

‘ଚେନ୍ନାଇର ଚଷମା ଦୋକାନରୁ ପିପିଇ କିଟ୍‌ କିଣି ଦୁର୍ନୀତିର ମଞ୍ଜି ପୋତିଛନ୍ତି’

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୩୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ସବୁଠୁ ଅଧିକ

କୋଭିଡ୍ କେୟାର ସେଣ୍ଟରରେ ଲାଗିଗଲା ନିଆଁ, ୯ ମୃତ

ସରକାରଙ୍କୁ ସବୁ ବାଧୁଛି, ତା’ହେଲେ କହିବ କିଏ?

ବିଜେପି ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ

ବିଏମ୍‌ସି ପକ୍ଷରୁ ଏତଲା ଦିଆଯିବା ପରେ କ୍ୟାପିଟାଲ ଥାନାରେ ହାଜର ହେଲେ ଓଟିଭି କର୍ତ୍ତୃପକ୍ଷ

ରାଜ୍ୟରେ ଚିହ୍ନଟ ହେଲେ ୧୬୪୩ ପଜିଟିଭ: ଖୋର୍ଦ୍ଧା ଓ ଗଞ୍ଜାମରେ ସଂଖ୍ୟା ସମାନ

ମୋଦି ସରକାରରେ ଓଡ଼ିଆ, ନବୀନ ସରକାରରେ ଅଣଓଡ଼ିଆଙ୍କୁ ଗୁରୁତ୍ୱ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୯ ମୃତ, ମୃତକଙ୍କ ମଧ୍ୟରେ ୨ ପାଇଲଟ୍‌

୩୦ ଫୁଟ ତଳକୁ ଖସି ଦୁଇ ଖଣ୍ଡ ହେଲା ଏୟାର ଇଣ୍ଡିଆ ବିମାନ