ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପୁଣି ବୁର୍ଲା ଭିସୁଟ୍ରୁ ଚାଞ୍ଚଲ୍ୟକର ଅଭିଯୋଗ । ପୁଣି ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ଆକ୍ରମଣ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଜଣେ ଛାତ୍ର। ତାଙ୍କୁ ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ର ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ଯେଉଁଥିରେ ସେ କିଏ ଏବଂ କେମିତି ଆକ୍ରମଣ କଲେ, ସେନେଇ ସବିଶେଷ କହିଛନ୍ତି। ତେବେ ଏନେଇ ଷ୍ଟୁଡେଣ୍ଟ ୱେଫେୟାର୍ ଡିନ୍ କହିଛନ୍ତି ଯେ, ଅଭିଯୋଗର ତଦନ୍ତ ହେବ । ଅନ୍ୟପଟେ କୁଳପତି କହିଛନ୍ତି ଏହା ରାଗିଂ ନୁହେଁ, ହଷ୍ଟେଲରେ ରହୁଥିବା କିଛି ବାହାର ଛାତ୍ର ଓ ହଷ୍ଟେଲ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯାହାକୁ ନେଇ ତଦନ୍ତର କରାଯାଉଛି।