ପରୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଗିରଫ , ନାଁ କହୁନି ଏସ୍‌ଆଇଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନୟାଗଡ଼ ପରୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। SIT ପକ୍ଷରୁ ସୂଚନା ଦିଆଯାଇଛି। ଯଦୁପୁର ଗାଁରୁ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଧାରାରେ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ଅଭିଯୁକ୍ତକୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯିବ। ଗତ ଜୁଲାଇ ୧୪ରେ ନାବାଳିକା ପରୀ ନିଖୋଜ ହୋଇଥିଲା। ଜୁଲାଇ ୨୩ରେ ତାଙ୍କ ଘର ପଛପଟୁ ମିଳିଥିଲା ମୃତଦେହ।  ତେବେ ଅଭିଯୁକ୍ତ କିଏ ତାହା […]

ips-arun-bothra-gets-additional-charge-as-md-of-crut-750x420

Tapas Behera
  • Published: Sunday, 20 December 2020
  • , Updated: 20 December 2020, 06:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନୟାଗଡ଼ ପରୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। SIT ପକ୍ଷରୁ ସୂଚନା ଦିଆଯାଇଛି। ଯଦୁପୁର ଗାଁରୁ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଧାରାରେ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ଅଭିଯୁକ୍ତକୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯିବ। ଗତ ଜୁଲାଇ ୧୪ରେ ନାବାଳିକା ପରୀ ନିଖୋଜ ହୋଇଥିଲା।

ଜୁଲାଇ ୨୩ରେ ତାଙ୍କ ଘର ପଛପଟୁ ମିଳିଥିଲା ମୃତଦେହ।  ତେବେ ଅଭିଯୁକ୍ତ କିଏ ତାହା ସ୍ପଷ୍ଟ ହୋଇ ନାହିଁ।  ଗତକାଲି ଏସ୍‌ଆଇଟି ସରୋଜ ସେଠୀଙ୍କ ସହିତ ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିଲା। ତେବେ ୧୨ ଘଣ୍ଟା ଧରି ପଚରାଉଚରା କରିବା ପରେ ସରୋଜଙ୍କ ମା’ ଓ ଭଉଣୀଙ୍କୁ ଏସ୍‌ଆଇଟି ଛାଡ଼ି ଦେଇଛି। କିନ୍ତୁ ସରୋଜଙ୍କୁ ଅଟକ ରଖିଛି ଏସ୍‌ଆଇଟି। ପଚରାଉଚରା କରିବା ସହିତ ସେମାନଙ୍କ ସମସ୍ତଙ୍କର ଲାଏ ଡିଟେକ୍ସନ କରାଯାଇଥିବା ସରୋଜଙ୍କ ଭଉଣୀ କହୁଛନ୍ତି।

ସରୋଜ ହେଉଛନ୍ତି ‘ପରୀ’ର ଗାଁ ଲୋକ ତଥା ପଡ଼ୋଶୀ। ଗତକାଲି ଏସ୍‌ଆଇଟି ତାକୁ ଉଠାଇବା ପୂର୍ବରୁ ଆଉ ଦୁଇ ଥର ମଧ୍ୟ ପଚରାଉଚରା କରିଥିଲା। ତେବେ ଗତକାଲି ତାଙ୍କ ସହିତ ତାଙ୍କ ମା’ ଓ ଭଉଣୀଙ୍କୁ ନେଇ ପଚରାଉଚରା କରିଥିଲା ଏହି ସ୍ୱତନ୍ତ୍ର ତଦନ୍ତକାରୀ ଦଳ। ଏହା ପୂର୍ବରୁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ସରୋଜ। ସେ କହିଥିଲେ ଯେ ପରୀ ହତ୍ୟା ମାମଲାରେ ଦୋଷ ମୁଣ୍ଡେଇବାକୁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିଲେ। ସେ ଏହାକୁ ଗ୍ରହଣ କରି ନେଲେ ତାଙ୍କ ବୟସକୁ ୧୮ ବଦଳରେ ୧୭ ବର୍ଷ ଦେଖାଯିବ ବୋଲି କହିଥିଲେ।

ସୂଚନାଯୋଗ୍ୟ, ସ୍ଥାନୀୟ ପୁଲିସ୍‌ ଠାରୁ ନ୍ୟାୟ ପାଇବାରେ ବିଫଳ ହେବା ପରେ ‘ପରୀ’ର ବାପା-ମା’ ଭୁବନେଶ୍ୱର ଆସି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିଲେ। ପରେ ଏହି ଘଟଣା ଭିନ୍ନ ମୋଡ଼ ନେଇଥିଲା। ବିଭିନ୍ନ ବର୍ଗରୁ ସ୍ୱର ଉଠିବା ପରେ ସରକାର ଘଟଣାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Related story