ସିନ୍ଥେଟିକ୍ ପନିର ବିକି ପକେଟ୍ ଗରମ କରୁଥିବା ଶୁକଦେବ ଗିରଫ

କଟକ (ଓଡ଼ିଶା ରିପୋର୍ଟର): କଟକରୁ ଏକ କ୍ୱିଣ୍ଟାଲରୁ ଅଧିକ ସିନ୍ଥେଟିକ୍ ପନିର ଜବତ ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୁଲିସ୍। ତାଙ୍କ ନାଁ ଶୁକଦେବ ସାହୁ। ତାଙ୍କ ବିରୋଧରେ ୨୭୨, ୨୭୩, ୪୨୦, ୩୪ IPC ଓ ଖାଦ୍ୟ ନିରାପତ୍ତା ଆଇନର ୫୧, ୫୨, ୫୩ ଏବଂ ୫୯ ଦଫା ଲାଗିଛି। ଏହି ବ୍ୟବସାୟରେ ଆଉ କିଛି ଲୋକଙ୍କ ସଂପୃକ୍ତି ମଧ୍ୟ ରହିଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ଦୁଇ ତିନି ଜଣଙ୍କୁ ପୁଲିସ୍ ଚିହ୍ନଟ […]

fakepaneer

Jitendra Garnayak
  • Published: Thursday, 31 December 2020
  • , Updated: 31 December 2020, 12:05 PM IST

କଟକ (ଓଡ଼ିଶା ରିପୋର୍ଟର): କଟକରୁ ଏକ କ୍ୱିଣ୍ଟାଲରୁ ଅଧିକ ସିନ୍ଥେଟିକ୍ ପନିର ଜବତ ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୁଲିସ୍। ତାଙ୍କ ନାଁ ଶୁକଦେବ ସାହୁ। ତାଙ୍କ ବିରୋଧରେ ୨୭୨, ୨୭୩, ୪୨୦, ୩୪ IPC ଓ ଖାଦ୍ୟ ନିରାପତ୍ତା ଆଇନର ୫୧, ୫୨, ୫୩ ଏବଂ ୫୯ ଦଫା ଲାଗିଛି।

ଏହି ବ୍ୟବସାୟରେ ଆଉ କିଛି ଲୋକଙ୍କ ସଂପୃକ୍ତି ମଧ୍ୟ ରହିଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ଦୁଇ ତିନି ଜଣଙ୍କୁ ପୁଲିସ୍ ଚିହ୍ନଟ କରିସାରିଥିବା ଜଣାପଡ଼ିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯାଇପାରେ। ସେହିଭଳି ଯେଉଁ ଦୋକାନୀମାନେ ଏହି ପନିର କିଣୁଥିଲେ ସେମାନଙ୍କ ଦୋକାନରେ ରେଡ୍‌ କରିବ ପୁଲିସ୍‌।

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେଲା କଟକ, ଏହାର ଆଖପାଖ ଅଞ୍ଚଳ ତଥା ପାଖ ଜିଲ୍ଲା ଗୁଡ଼ିକରେ ଏହି ନକଲି ପନିର ବେପାର ଚାଲିଆସୁଥିଲା। କେତେକ ଅସାଧୁ ବ୍ୟବସାୟୀ ଏହି ସିନ୍ଥେଟିକ୍‌ ପନିରକୁ କିଲୋପ୍ରତି ୬୦ ଟଙ୍କାରେ କିଣି ୨୨୦ ଟଙ୍କାରେ ବିକୁଥିଲେ। ବିଭିନ୍ନ କେମିକାଲ ପଡ଼ୁଥିବାରୁ ଏହି ପନିର ଖୋଲାରେ ମଧ୍ୟ ଦୁଇରୁ ତିନି ଦିନ ପୂରା ଫ୍ରେଶ୍ ରହୁଥିଲା।

ଗତକାଲି ଭୋର ୪ଟାରେ କଲିକତାରୁ ଆସି କଟକରେ ପହଞ୍ଚିଥିବା ଏକ ବସ୍‌କୁ ଓଏମ୍‌ପି ଛକରେ ଅଟକାଇ ଯାଞ୍ଚ କରିଥିଲା କମିଶନରେଟ୍‌ ପୁଲିସ ଓ କଟକ ମହାନଗର ନିଗମ(ସିଏମ୍‌ସି) ଟିମ୍‌। ଏହି ସମୟରେ ବସ୍‌ ଡିକିରୁ ବ୍ୟାରେଲ ଭର୍ତ୍ତି ପନିର ମିଳିଥିଲା, ଯାହାର ଓଜନ ଏକ କ୍ୱିଣ୍ଟାଲ୍‌ରୁ ଅଧିକ ଥିଲା। ତେଜ, ସଫେଦ ଓ ଚକାଚକ ଦିଶୁଥିବା ପନିର ନକଲି ବୋଲି ଜଣାପଡ଼ିଥିଲା। ଲୁଗାସଫା ଡିଟରଜେଣ୍ଟ, ମଇଦା, ୟୁରିଆ, ଗ୍ଲିସେରିନ, ସଲଫ୍ୟୁରିକ ଏସିଡ୍‌ ଓ କିଛି ନଷ୍ଟ ହୋଇଯାଇଥିବା କ୍ଷୀର ଆଦିକୁ ମିଶାଇ ଏହି ପନିର ତିଆରି କରାଯାଇଥିଲା, ଯାହାକୁ ଦେଖିଲେ ସହଜରେ ନକଲି ବୋଲି ଜାଣି ହେବନାହିଁ।

ସୂଚନାଯୋଗ୍ୟ, ପୁଲିସ୍ ଏହି ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି। କଟକର କେଉଁ କେଉଁ ଦୋକାନକୁ ଓ କୋଲକାତାରୁ ଓଡ଼ିଶାର ଆଉ କେଉଁସବୁ ସହରକୁ ଏଭଳି ପନିର ଚାଲାଣ ହେଉଛି, ସେ ନେଇ ତଦନ୍ତ ଜାରି ରହିଛି।

 

ଅଧିକ ପଢ଼ନ୍ତୁ : ଦୁଷ୍ଟାମି କରିବାରୁ ପର କରିଦେଲା ମା’, ଅନାଥ ହୋଇଗଲା କୁନି ଗଜରାଜ

 

 

Related story