ବନ୍ଧା ହେଲେ ବେଦରଦୀ ବାପା, କଂସ ସାଜି ନେଇଥିଲା ଝିଅର ଜୀବନ

କନ୍ଧମାଳ(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ମୁଣ୍ଡଳାବାଲି ସାହିରେ ଝିଅକୁ ବାପା କଚାଡ଼ି ମାରିବା ଘଟଣାରେ ଅଭିଯୁକ୍ତ ବାପାକୁ ଦାରିଙ୍ଗବାଡି ପୋଲିସ ଆଜି ଗିରଫ କରିଛି। ନିଶାଶକ୍ତ ଅବସ୍ଥାରେ ନିଜ ୨ ବର୍ଷର ଝିଅକୁ ଅଭିଯୁକ୍ତ ବାପା କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି।

ମୃତ ଝିଅର ମାଆ ଅଭିଯୋଗ କରିଛନ୍ତି ଯେ,  ତାଙ୍କ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେ ଘରୁ ବାହାରକୁ ଦୌଡ଼ି ପଳାଉଥିବା ବେଳେ ତାଙ୍କର ୨ ବର୍ଷର ଝିଅ ହାବୁଡ଼ରେ ପଡ଼ିବାରୁ ତାକୁ ତଳେ କଚାଡ଼ି ଦେଇଥିଲେ। ଫଳରେ ଝିଅଟିର ଅବସ୍ଥା ଗୁରୁତର ହୋଇପଡ଼ିଥିଲା।  ଝିଅକୁ ସଙ୍ଗେ ସଙ୍ଗେ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଝିଅଟିର ମୃତ୍ୟୁ ଘଟିଥିଲା।