ରାଜଧାନୀରେ ଛାତ୍ରୀ ଗର୍ଭବତୀ ଘଟଣା, ଜଣେ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଏସ୍‌ସି/ଏସ୍‌ଟି ହଷ୍ଟେଲ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ଯୁବକ ସାଲିଆ ସାହି ଅଞ୍ଚଳର। ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ ସ୍ୱାସ୍ଥ୍ୟ ପରୀକ୍ଷାରୁ ୩ ଜଣଙ୍କ ଠାରେ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଏହି ଖବରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ତନାଘନା କରିଥିଲା ପୁଲିସ। ନିଶ୍ଚୟ ପ୍ରେଗ୍ନାନ୍ସି କିଟ୍ ଟେଷ୍ଟରୁ ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ହଷ୍ଟେଲରେ ରହି […]

789

Tapas Behera
  • Published: Monday, 01 July 2019
  • , Updated: 01 July 2019, 06:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଏସ୍‌ସି/ଏସ୍‌ଟି ହଷ୍ଟେଲ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ଯୁବକ ସାଲିଆ ସାହି ଅଞ୍ଚଳର।

ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ ସ୍ୱାସ୍ଥ୍ୟ ପରୀକ୍ଷାରୁ ୩ ଜଣଙ୍କ ଠାରେ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଏହି ଖବରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ତନାଘନା କରିଥିଲା ପୁଲିସ।

ନିଶ୍ଚୟ ପ୍ରେଗ୍ନାନ୍ସି କିଟ୍ ଟେଷ୍ଟରୁ ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ହଷ୍ଟେଲରେ ରହି ପଢୁଥିବା ୩ ଜଣ ହାଇସ୍କୁଲ ଛାତ୍ରୀ ଗର୍ଭବତୀ ଥିବାର ପ୍ରାଥମିକ ରିପୋର୍ଟ ଆସିଛି। ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଗତ ୨୮ ତାରିଖରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଦଳ ଏକ ନିର୍ଦ୍ଦିଷ୍ଟ ହଷ୍ଟେଲରେ ୧୦୧ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ଆଉ ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରୀଙ୍କ ପ୍ରେଗ୍ନାନ୍ସି ରିପୋର୍ଟ ପଜିଟିଭ୍ ବାହାରିଥିଲା। ଯାହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି। ଏହି ଘଟଣାରେ ଏବେ ଜଣେ ଗିରଫ ହୋଇଛନ୍ତି।

Related story