ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାରେ ଜଣେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ୍‌ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜ୍ୟୋତି ପ୍ରକାଶ ସାମନ୍ତରାଏ। ଗତକାଲି ପୁରୀର ମାର୍କେଟ ଛକରେ ଡ. ଦେବାଜାନୀ ସାମନ୍ତରାଏ ଏବଂ ତାଙ୍କ ଭାଇ ଜ୍ୟୋତି ସିଗ୍‌ନାଲ ଭାଙ୍ଗି ଗାଡ଼ି ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ମହିଳା ଟ୍ରାଫିକ୍‌ କନଷ୍ଟେବଳ ସବିତା ପ୍ରଧାନ ସେମାନଙ୍କୁ ଅଟକେଇବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ […]

arrest

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 04:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାରେ ଜଣେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ୍‌ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜ୍ୟୋତି ପ୍ରକାଶ ସାମନ୍ତରାଏ।

ଗତକାଲି ପୁରୀର ମାର୍କେଟ ଛକରେ ଡ. ଦେବାଜାନୀ ସାମନ୍ତରାଏ ଏବଂ ତାଙ୍କ ଭାଇ ଜ୍ୟୋତି ସିଗ୍‌ନାଲ ଭାଙ୍ଗି ଗାଡ଼ି ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ମହିଳା ଟ୍ରାଫିକ୍‌ କନଷ୍ଟେବଳ ସବିତା ପ୍ରଧାନ ସେମାନଙ୍କୁ ଅଟକେଇବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦେବଜାନୀ ଏବଂ ଜ୍ୟୋତି ମହିଳା କନଷ୍ଟେବଳଙ୍କୁ ମାଡ଼ ମାରିଥିଲେ। ଏପରିକି ସେମାନେ କନଷ୍ଟେବଳଙ୍କ ପୋଷାକ ଚିରି ଦେଇଥିବା ଅଭିଯୋଗ ହୋଇଥିଲା।

ଦେବଜାନୀ ଏବଂ ଜ୍ୟୋତିଙ୍କ ମାଡରେ କନଷ୍ଟେବଳ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ଅନ୍ୟପକ୍ଷରେ ଅଭିଯୁକ୍ତ ଡାକ୍ତରାଣୀ ଦେବଜାନୀ ଅସୁସ୍ଥ ଥିବାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Related story