ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ, ୧୧ ଗୁରୁତର

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା କରୁମୁଙ୍ଗ ଥାନା ଅନ୍ତର୍ଗତ ନୂଆଗାଁରେ ବିଷାକ୍ତ ଖାଦ୍ୟ ଖାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ଅସୁସ୍ଥ ହୋଇପଡ଼ିଥିବା ଲୋକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାଁ ମିଟୁ ନାୟକ। ସେ ଜଣେ ଟେଣ୍ଟ୍ କର୍ମଚାରୀ। ମିଳିଥିବା ସୂଚନା ଅନୁସାରେ, ଆଜି ହେଉଛି ନୂଆଗାଁ ବାସିନ୍ଦା ଗୋଲାପ ନାୟକ ବାହାଘର। ସେଥିପାଇଁ […]

kendujhar

Jitendra Garnayak
  • Published: Wednesday, 27 February 2019
  • , Updated: 27 February 2019, 11:20 AM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା କରୁମୁଙ୍ଗ ଥାନା ଅନ୍ତର୍ଗତ ନୂଆଗାଁରେ ବିଷାକ୍ତ ଖାଦ୍ୟ ଖାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ଅସୁସ୍ଥ ହୋଇପଡ଼ିଥିବା ଲୋକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି।

ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାଁ ମିଟୁ ନାୟକ। ସେ ଜଣେ ଟେଣ୍ଟ୍ କର୍ମଚାରୀ।

ମିଳିଥିବା ସୂଚନା ଅନୁସାରେ, ଆଜି ହେଉଛି ନୂଆଗାଁ ବାସିନ୍ଦା ଗୋଲାପ ନାୟକ ବାହାଘର। ସେଥିପାଇଁ ଗତକାଲି ରାତିରେ ତାଙ୍କ ଘରେ ଟେଣ୍ଟ ବନ୍ଧା ଯାଇଥିଲା। ଏଥିରେ ଏକ ଟେଣ୍ଟ୍ ହାଉସ୍‌ ପ୍ରାୟ ୮ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ରାତିରେ ସେଠାରେ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା। ଗୋଲାପଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ସହିତ ଏହି ୮ କର୍ମଚାରୀ ରାତିରେ ଭାତ, ଡାଲି, ତରକାରି ଓ ଖଟା ଖାଇଥିଲେ। ହେଲେ ରାତି ପ୍ରାୟ ୧୨ଟା ବେଳେ ଜଣେ ପରେ ଜଣେ ସମସ୍ତେ ବାନ୍ତି କରିଥିଲେ ଓ ଅସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ମିଟୁଙ୍କ ମୃତ୍ୟୁ ଘଟିଥିଲା।

ଖାଦ୍ୟରେ ଝିଟିପିଟି କିମ୍ବା ଚମ୍ପେଇନେଉଳ ପଡ଼ିଥିବା ଯୋଗୁ ଖାଦ୍ୟ ବିଷାକ୍ତ ହୋଇଥିବା କୁହାଯାଉଛି। ତେବେ ସେମାନେ ଖାଇଥିବା ଖାଦ୍ୟ ପରୀକ୍ଷା କରାଗଲା ପ୍ରକୃତ କଥା ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି।

Related story