ଡିଭାଇଡରରେ ପିଟି ହେଲା କାର୍‌; ଜଣେ ମୃତ, ୩ ଗୁରୁତର

ଚମ୍ପୁଆ (ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ ରୋଡ୍ ଡିଭାଇଡରରେ ପିଟି ହେଲା କାର୍‌। ଚାଲିଗଲା ଜଣଙ୍କ ଜୀବନ। ଆଉ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ନିକଟରେ। ମୃତ ବ୍ୟକ୍ତିଙ୍କ ନାଁ ମାଧବ ଚନ୍ଦ୍ର ସାହୁ। ଗୁରୁତର ମାନେ ହେଲେ ମାଧବଙ୍କ ପୁଅ ବିଜୟ କୁମାର ସାହୁ, ବୋହୂ ମଧୁସ୍ମିତା ସାହୁ ଓ ୯ ବର୍ଷର ନାତି ଭାବେଶ। ଏମାନେ ଯୋଡ଼ା ଅଞ୍ଚଳର […]

Accident

Jitendra Garnayak
  • Published: Wednesday, 27 April 2022
  • , Updated: 27 April 2022, 07:02 PM IST

ଚମ୍ପୁଆ (ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ ରୋଡ୍ ଡିଭାଇଡରରେ ପିଟି ହେଲା କାର୍‌। ଚାଲିଗଲା ଜଣଙ୍କ ଜୀବନ। ଆଉ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ନିକଟରେ।

ମୃତ ବ୍ୟକ୍ତିଙ୍କ ନାଁ ମାଧବ ଚନ୍ଦ୍ର ସାହୁ। ଗୁରୁତର ମାନେ ହେଲେ ମାଧବଙ୍କ ପୁଅ ବିଜୟ କୁମାର ସାହୁ, ବୋହୂ ମଧୁସ୍ମିତା ସାହୁ ଓ ୯ ବର୍ଷର ନାତି ଭାବେଶ। ଏମାନେ ଯୋଡ଼ା ଅଞ୍ଚଳର ବାସିନ୍ଦା।

ବିଜୟ ଆଜି କାର୍‌ରେ ବାପା, ପତ୍ନୀ ଓ ପୁଅଙ୍କୁ ନେଇ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଜାତୀୟ ରାଜପଥ ୫୨୦ର ନାରଦପୁର ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା। ବିଜୟ ନିଜେ କାର୍ ଚଲାଉଥିଲେ। ତାଙ୍କ ବାପା ମାଧବଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଆହତମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଚମ୍ପୁଆ ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story