ଓଲଟିଲା ଡିଜେ ଗାଡ଼ି

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପାଟଣା-ଭୀମକୁଣ୍ଡ ରାସ୍ତାର ଏରେଣ୍ଡେଇ ବାଙ୍କ ନିକଟରେ ଏକ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା କଡ଼ରେ ଥିବା ବିଲ ଭିତରକୁ ଗଡ଼ି ଯାଇ ଓଲଟି ପଡ଼ିଛି। ଗାଡ଼ି ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଚକ୍ର ଶୁଣ୍ଢି। ଗୁରୁତର ଆହତମାନେ ହେଲେ ବୁଦ୍ଧିଆ ସାମାଡ଼, ସାମୁ ବାନ୍ଦ୍ରା, ଶିରିସ ଗାଗରାଇ, ରଘୁନାଥ ଲୋହାର। […]

vehicle

Jitendra Garnayak
  • Published: Saturday, 01 June 2019
  • , Updated: 01 June 2019, 01:27 PM IST

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପାଟଣା-ଭୀମକୁଣ୍ଡ ରାସ୍ତାର ଏରେଣ୍ଡେଇ ବାଙ୍କ ନିକଟରେ ଏକ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା କଡ଼ରେ ଥିବା ବିଲ ଭିତରକୁ ଗଡ଼ି ଯାଇ ଓଲଟି ପଡ଼ିଛି। ଗାଡ଼ି ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ନାଁ ଚକ୍ର ଶୁଣ୍ଢି। ଗୁରୁତର ଆହତମାନେ ହେଲେ ବୁଦ୍ଧିଆ ସାମାଡ଼, ସାମୁ ବାନ୍ଦ୍ରା, ଶିରିସ ଗାଗରାଇ, ରଘୁନାଥ ଲୋହାର। ଏ ସମସ୍ତ ଆହତଙ୍କ ଘର ପଣସଗଡ଼ିଆ ଗାଁରେ ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲା। ଏଥିସହ ସେମାନଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

ଏକ ବାହାଘର ପାଇଁ ଗାଡ଼ିଟି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ପଣସଗଡ଼ିଆ ଗାଁରୁ ପାଟଣା ବ୍ଲକ୍‌ ନୂଆଗାଁ ଗାଁକୁ ଆସିଥିଲା। ବାହାଘର ସାରି ଫେରୁଥିବା ସମୟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା।

Related story