ବାଇକ୍‌କୁ ଚାପି ଦେଲା ଟ୍ରକ୍‌: ବାପା ମୃତ, ପୁଅ ଗୁରୁତର

କଟକ (ପ୍ରଭାତ ବିଷୋୟୀ): କଟକ ବାଲିକୁଦା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଟ୍ରକ୍‌ ଚାପି ଦେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରିନି। ସୂଚନା ଅନୁଯାୟୀ, ଟ୍ରକ୍‌ଟି ବାପ-ପୁଅଙ୍କୁ ପଛରୁ ଧକ୍କା ଦେବା ପରେ ଚାପି ଦେଇଥିଲା। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିଲା। ପୁଅକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ଟି […]

balasore

Jitendra Garnayak
  • Published: Monday, 03 June 2019
  • , Updated: 03 June 2019, 02:46 PM IST

କଟକ (ପ୍ରଭାତ ବିଷୋୟୀ): କଟକ ବାଲିକୁଦା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଟ୍ରକ୍‌ ଚାପି ଦେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରିନି।

ସୂଚନା ଅନୁଯାୟୀ, ଟ୍ରକ୍‌ଟି ବାପ-ପୁଅଙ୍କୁ ପଛରୁ ଧକ୍କା ଦେବା ପରେ ଚାପି ଦେଇଥିଲା। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିଲା। ପୁଅକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ଟି ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଥିଲା।

Related story