ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚିତାବେଡ଼ା ନିକଟରେ ଏକ ଚିପ୍ସ୍ ବୋଝେଇ ଟ୍ରାକ୍ଟରର ଟ୍ରଲି ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଖେମରାଜ ଭତ୍ରା। ତାଙ୍କ ଘର କରମରି ଗାଁରେ। ଆଜି ସକାଳେ ଏହି ଘଟଣା ଘଟିଛି। ଖେମରାଜ ଟ୍ରଲି ଉପରେ ବସିଥିଲେ। ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସେ ତଳେ ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ମୃତଦେହ […]

tractor1

Jitendra Garnayak
  • Published: Sunday, 02 June 2019
  • , Updated: 02 June 2019, 02:28 PM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚିତାବେଡ଼ା ନିକଟରେ ଏକ ଚିପ୍ସ୍ ବୋଝେଇ ଟ୍ରାକ୍ଟରର ଟ୍ରଲି ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଖେମରାଜ ଭତ୍ରା। ତାଙ୍କ ଘର କରମରି ଗାଁରେ।

ଆଜି ସକାଳେ ଏହି ଘଟଣା ଘଟିଛି। ଖେମରାଜ ଟ୍ରଲି ଉପରେ ବସିଥିଲେ। ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସେ ତଳେ ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍‌ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Related story