ଟ୍ରକ୍‌କୁ ପଛରୁ ପିଟିଲା ବସ୍‌; ହେଲ୍‌ପର ମୃତ, ୧୦ ଆହତ

ଆଠଗଡ଼ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଜଳଖଣା ଗଡ଼ା ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଏକ ଟ୍ରକ୍ ପଛରେ ପିଟି ଦେଇଥିଲା। ଏଥିରେ ବସ୍ ହେଲପରଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ସହିତ ବସ୍‌ର ୧୦ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ବସ୍‌ଟି ସୋନପୁରରୁ କଟକ ଯାଉଥିବା ବେଳେ କଜଳଖଣା ଗଡ଼ା ନିକଟରେ ଏକ ଟ୍ରକ୍‌କୁ ଓଭର […]

accident

Rakesh Mallick
  • Published: Wednesday, 25 April 2018
  • , Updated: 25 April 2018, 08:25 AM IST

ଆଠଗଡ଼ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଜଳଖଣା ଗଡ଼ା ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଏକ ଟ୍ରକ୍ ପଛରେ ପିଟି ଦେଇଥିଲା। ଏଥିରେ ବସ୍ ହେଲପରଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ସହିତ ବସ୍‌ର ୧୦ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି।

ବସ୍‌ଟି ସୋନପୁରରୁ କଟକ ଯାଉଥିବା ବେଳେ କଜଳଖଣା ଗଡ଼ା ନିକଟରେ ଏକ ଟ୍ରକ୍‌କୁ ଓଭର ଟେକ୍ କରୁଥିଲା। ଏହି ସମୟରେ ଦୁର୍ଘଟଣା ଘଟିଥିଲା।

ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ ଓ କଟକ ବଡ଼ ଡାକ୍ତରଖାନା ପଠାଇଥିଲେ।

Related story