ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସାକୁ ନେଇ ପିଟି ପିଟି ଯୁବକକୁ ହତ୍ୟା କରାଯାଇଛି।  ମୃତ ଯୁବକ ହେଲେ ଷ୍ଟେସନ ବଜାରର ପି. କାମେଶ।  ସେ ଏକ ମଦ ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। ସେଲୁନରେ ସେଭିଙ୍ଗ ହୋଇ ଫେରୁଥିବା ବେଳେ କିଛି ବ୍ୟକ୍ତିଙ୍କ ସହ ପ୍ରଥମେ ପି. କାମେଶଙ୍କ ବଚସା ହୋଇଥିଲା। ଏହାପରେ ତାଙ୍କୁ ବାଉଁଶରେ ପିଟି ପିଟି ହତ୍ୟା ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ […]

deadbody

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 01:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସାକୁ ନେଇ ପିଟି ପିଟି ଯୁବକକୁ ହତ୍ୟା କରାଯାଇଛି।  ମୃତ ଯୁବକ ହେଲେ ଷ୍ଟେସନ ବଜାରର ପି. କାମେଶ।  ସେ ଏକ ମଦ ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। ସେଲୁନରେ ସେଭିଙ୍ଗ ହୋଇ ଫେରୁଥିବା ବେଳେ କିଛି ବ୍ୟକ୍ତିଙ୍କ ସହ ପ୍ରଥମେ ପି. କାମେଶଙ୍କ ବଚସା ହୋଇଥିଲା। ଏହାପରେ ତାଙ୍କୁ ବାଉଁଶରେ ପିଟି ପିଟି ହତ୍ୟା ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାରେ ଲକ୍ଷ୍ମୀ ସାଗର ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି।

Related story