ଗୁଳିକାଣ୍ଡରେ ଜଣେ ଗୁରୁତର

ସୁବର୍ଣ୍ଣପୁର:(ଓଡ଼ିଶା ରିପୋର୍ଟର) ସୁବର୍ଣ୍ଣପୁର ଜିଲ୍ଲା ଟିକିରାପଡା ଗାଁରେ ଘଟିଛି ଗୁଳିକାଣ୍ଡ। ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି । ଗୁଳିକାଣ୍ଡରେ ଆହତ ଜଣକ ହେଲେ ଟିକ୍ରାପଡା ଗାଁର ବାବୁଲୁ ମହେରେ। ଟିକ୍ରାପଡା ଗାଁର ମୁରଲୀ ମେହେରଙ୍କ ସହିତ କୌଣସି କାରଣରୁ ବାବଲୁ ମେହେରଙ୍କ ସହ ବଚସା ଥିଲା। ତେବେ ମୁରଲୀ ମେହେର ହଠାତ ବାବୁଲୁଙ୍କ ଘରକୁ ଆସି ଅତର୍କିତ ଭାବେ ଫାୟାରିଂ କରି ଫେରାର ମାରିଥିବା ଜଣାଯାଇଛି। ଗୁଳିଟି ବାବୁଲୁ ମେହେରଙ୍କ ଡାହାଣ ଜଂଘରେ ବାଜିଥିବା ଜଣାଯାଇଛି। ଗୁରୁତର […]

gun

Tapas Behera
  • Published: Saturday, 06 March 2021
  • , Updated: 06 March 2021, 08:55 PM IST

ସୁବର୍ଣ୍ଣପୁର:(ଓଡ଼ିଶା ରିପୋର୍ଟର) ସୁବର୍ଣ୍ଣପୁର ଜିଲ୍ଲା ଟିକିରାପଡା ଗାଁରେ ଘଟିଛି ଗୁଳିକାଣ୍ଡ। ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି । ଗୁଳିକାଣ୍ଡରେ ଆହତ ଜଣକ ହେଲେ ଟିକ୍ରାପଡା ଗାଁର ବାବୁଲୁ ମହେରେ। ଟିକ୍ରାପଡା ଗାଁର ମୁରଲୀ ମେହେରଙ୍କ ସହିତ କୌଣସି କାରଣରୁ ବାବଲୁ ମେହେରଙ୍କ ସହ ବଚସା ଥିଲା। ତେବେ ମୁରଲୀ ମେହେର ହଠାତ ବାବୁଲୁଙ୍କ ଘରକୁ ଆସି ଅତର୍କିତ ଭାବେ ଫାୟାରିଂ କରି ଫେରାର ମାରିଥିବା ଜଣାଯାଇଛି। ଗୁଳିଟି ବାବୁଲୁ ମେହେରଙ୍କ ଡାହାଣ ଜଂଘରେ ବାଜିଥିବା ଜଣାଯାଇଛି। ଗୁରୁତର ବାବୁଲୁଙ୍କୁ ସୋନପୁର ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡିଛି। ସେପଟେ ଖବରପାଇ ସୁବଳୟା ପୁଲିସ ଟିକ୍ରାପଡାରେ ପହଂଚି ଅଭିଯୁକ୍ତ ମୁରଲି ମେହେରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ଏଭଳି ଗୁଳିକାଣ୍ଡ ଘଟିଛି ତାହା ଜଣାପଡ଼ି ନାହିଁ।

Related story